ମାସ୍କ ନପିନ୍ଧି ଧରାପଡ଼ିଲେ ୨୦୦ ଟଙ୍କା ଜୋରିମାନା
ଭୁବନେଶ୍ଵର, (ଓଡ଼ିଶାଟାଇମ୍):ବାହାରକୁ ବାହାରିଲେ ମୁହଁରେ ପଟି ବା ମାସ୍କ ବା ଘୋଡ଼ଣୀ ବାନ୍ଧିବା ବାଧ୍ୟ। ଯଦି ଆପଣ ନ ବାନ୍ଧିବେ ତେବେ ପୁଲିସ ଆପଣଙ୍କ ବିରୁଦ୍ଧରେ ୨୦୦ଟଙ୍କା ଜୋରିମାନା ଜାରି କରିପାରିବେ। ପୁଣି ଯଦି ଏହି ଭଳି ଦୋଷ ବାରମ୍ବାର କରି ଚାଲିବେ ତେବେ ଦଣ୍ଡ ପରିମାଣ ବଢ଼ିବ। ଏହାର ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇଛି। ଯଦି ତିନିଥର ଆପଣ ଏପରି ନିୟମ ଉଲ୍ଲଙ୍ଘନ କରିବେ ଅର୍ଥାତ୍ ମାସ୍ କନପିନ୍ଧି ଯଦି ଆପଣ ପୁଲିସ ହାତରେ ଚତୁର୍ଥଥର ଧରାପଡ଼ିବେ ତେବେ ପୁଲିସ ଆପଣଙ୍କଠୁ ୫୦୦ ଟଙ୍କା ଆଦାୟ କରିବ। ଏହି ପରିମାଣ ପରବର୍ତ୍ତୀ ସମୟରେ ବି ବଳବତ୍ତର ରହିବ ବୋଲି ମୁଖ୍ୟସଚିବ ଅସିତ ତ୍ରିପାଠୀ କହିଛନ୍ତି। ଏହା ସାରା ରାଜ୍ୟରେ ଲାଗୁ ହେବ।
ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହା ଭିନ୍ନ ଭିନ୍ନ ଥିଲା। ଏପରିକି ଗାଡ଼ି ଚାଳକଙ୍କଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।
ମହାମାରୀ ଆଇନ୧୮୯୭ରେ ସଂଶୋଧନ ଆଣି ଏହି ବ୍ୟବସ୍ଥାକୁ ଯୋଡ଼ି ଦିଆଯାଇଛି। ଏହାସହ ଯେଉଁମାନେ କୋଭିଡ୍୧୯ ନିୟମକୁ ନମାନିବେ ସେମାନଙ୍କ ବିରୁଦ୍ଧରେ ଥିବା ଦଣ୍ଡ ବ୍ୟବସ୍ଥାକୁ ମଧ୍ୟ ବଢ଼ାଯାଇଛି। କ୍ୟାବିନେଟ୍ ମଞ୍ଜୁର କରିଥିବା ଏହି ପଦକ୍ଷେପରେ କୁହାଯାଇଛଇ ଯେ, ଯେଉଁମାନେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କଚ ୨ ବର୍ଷ ଯାଏ ଦଣ୍ଡ ବ୍ୟବସ୍ଥା କରାଯାଇପାରିବ। ଏହା ସହ ଜରିମାନା ୧୦ ହଜାର ଟଙ୍କା ହେବ। ଏହି ମାମଲା ଜାମିନ ଯୋଗ୍ୟ ହେବ ବୋଲି ସେ କହିଛନ୍ତି। ପୁଣି ଦଣ୍ଡ ବ୍ୟବସ୍ଥା କମ୍ପାଉଣ୍ଡେବଲ୍ ବୋଲି କୁହାଯାଇଛଇ ଅର୍ଥାତ୍ ଯଦି ଆପର ଜେଲ୍ ଯିବାକୁ ଚାହୁଁ ନାହାନ୍ତି ତେବେ ଅଧିକ ଜୋରିମାନା ବ୍ୟବସ୍ଥାହେବ। ଏଥିଲାଗି କୋଟଁ ନିଷ୍ପତ୍ତି ନେବେ।
ରାଜ୍ୟରେ କୋଭିଡ୍୧୯ ସମ୍ବନ୍ଧଈୟ ଲକଡାଉନ୍ ବ୍ୟବସ୍ଥା ମାର୍ଚ ୧୫ ତାରିଖରୁ ଲାଗୁ ହେଲାଣି। ହେଲେ ଲୋକେ ସବୁ ଦିନ ନିୟମ ଉଳ୍ଳଙ୍ଘନ କରୁଛନ୍ତି। ଏବେ ଦୈନିକ ନିୟମ ଉଲ୍ଲଙ୍ଘନ ସଂଖ୍ୟା ହାରାହାରି ୩୦୦ ରହିଥିବା ଜଣାପଡ଼ିଛି।
ରାଜ୍ର ପୁଲଇସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ଭିତରେ ଅର୍ଥାତ୍ ୮ ତାରିଖରୁ ୯ ତାରିଖ ସକାଳ ସୁଦ୍ଧା ରାଜ୍ୟରେ ୨୫୧ମାମଲା ରୁଜ୍ଜୁ କରାଯାଇଛି। ଏଥିରୁ ୨୩୧ଟି ଲକ୍ଡାଉନ୍ ନିୟମ ଉଲ୍ଲଙଘନ ସମ୍ବନ୍ଧୀୟ ହୋଇଥିବା ବେଳେ ୫ଟି ଗୁଜବ ପ୍ରଚାର ବିରୋଧରେ ଏବଂ ୭ଟି ଅନ୍ୟ ପ୍ରସଙ୍ଗରେ ରୁଜୁ କରାଯାଇଥିବା କୁହାଯାଇଛି।
ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ