ଓଡ଼ିଶାରୁ ବାରୁଦ ଚାଲାଣ ମାମଲା: ମୁଖ୍ୟ ଦଲାଲ୍ ରବିଉଲ୍ ଇସ୍ଲାମ୍ ଗିରଫ
ବାଲେଶ୍ଵର, ( ଦିବ୍ୟଜ୍ୟୋତି ପାତ୍ର): ବାଲେଶ୍ଵରରୁ ପଶ୍ଚିମ ବଙ୍ଗଦେଇ ବାଂଲାଦେଶ ଅଭିମୁଖେ ଯାଉଥିବା ବାରୁଦ ଟ୍ରକ୍ ପଛର କାହାଣୀ ଧିରେ ଧିରେ ପଦାକୁ ଆସୁଛି। ପଶ୍ଚିମବଙ୍ଗ ପୁଲିସର ସ୍ଵତନ୍ତ୍ର ଟାସ୍କ ଫୋର୍ସ ଏ ବିଷୟରେ ଶେଷ ନିର୍ଯାସେ ପାଇ ନଥିବାରୁ ଛାନ୍ଭିନ୍ ଜାରି ରଖିଛି।
ସୋମବାର ସକାଳେ ଏହି କାରବାରର ମୁଖ୍ୟ ଦଲାଲ୍ ରବିଉଲ୍ ଇସ୍ଲାମ୍କୁ ଗିରଫ କରିଥିବା ପଶ୍ଚିମବଙ୍ଗ୍ ପୁଲିସ ପକ୍ଷରୁ ଜଣାପଡ଼ିଛି। ତାଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି। ଏହାପରେ ଆବଶ୍ୟକ ତଥ୍ୟ ଆଗକୁ ଆସିବ ବୋଲି ପୁଲିସ ଆଶା କରିଛି।
ଗଲଶ ୭ ତାରିଖ ଦିନ ଏହି ଘଟଣା ଘଟିଥିଲା। ବାଲେଶ୍ଵରର ବସ୍ତା ଥାନା ଅନ୍ତର୍ଗତ ତାଳଦଣ୍ଡା ଗ୍ରାମର ଇନ୍ଦ୍ରଜିତ ଭୋଇ ତଥା ଜଣେ ଟ୍ରକ୍ ଡ୍ରାଇଭର ତାଙ୍କ ସହଯୋଗୀ ମଥାନୀ ଗ୍ରାମର ପଦ୍ମଲୋଚନ ଦେ’ଙ୍କ ସହାୟତାରେ ୧୩୦୦ କିଲୋ ବାରୁଦ ତଥା ପୋଟାସିୟମ୍ ନାଇଟ୍ରେଟ୍ ବେଆଇନ ଚାଲାଣ କରୁଥିବା ପୁଲିସ କହିଛି।