ର୍ଦୁଗନ୍ଧ ଝାଳ ସମସ୍ୟାରୁ ମୁକ୍ତି ଦେବ ତରଭୂଜ ଚୋପା
ଖରାଦିନେ ଦୁର୍ଗନ୍ଧ ଝାଳ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସମସ୍ତେ ସୁଗନ୍ଧଯୁକ୍ତ ଡିଓ କିମ୍ବା ପରଫ୍ୟୁମ୍ ବ୍ୟବହାର କରିଥାନ୍ତି । ଏହା କିଛି ସମୟ ରହିବା ପରେ ପୁଣିଥରେ ଝାଳ ସମସ୍ୟା ଆସିଥାଏ । ଏହା ବ୍ୟତୀତ ଏହାର ଅଧିକ ବ୍ୟବହାର ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ଆଲର୍ଜିର କାରଣ ହୋଇଥାଏ । ତେବେ ଖରାଦିନରେ ଅଧିକ ଝାଳ ସମସ୍ୟାର ସମାଧାନ କ୍ଷେତ୍ରରେ ତରଭୂଜ ସମ୍ପୂର୍ଣ୍ଣ ସହାୟକ ହୋଇଥାଏ।
ଘରୋଇ ଉପାୟରେ ତରଭୂଜ ଚୋପାର ବ୍ୟବହାର ଦ୍ୱାରା ଝାଳ କମ୍ ହେବା ସହ ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳିଥାଏ । ଗାଧୋଇବାର ୧୦-୧୫ ମିନିଟ୍ ପୂର୍ବରୁ ତରଭୂଜର ଧଳା ଅଂଶକୁ କାଟି କାଖ, ବେକ ଓ ମୁଣ୍ଡରେ ହାଲକା ଭାବେ ମାଲିସ୍ କରନ୍ତୁ । କିଛି ସମୟ ରହିବା ପରେ ଗାଧୋଇବା ପାଇଁ ଯାଆନ୍ତୁ ।
ଫ୍ରିଜରେ ତରଭୂଜର ଏହି କଟା ଅଂଶ ଥିଲେ ଆହୁରି ଭଲ । ଯଦି ଫ୍ରିଜ୍ ନାହିଁ, ତାହେଲେ ଆପଣ ସାଧାରଣ ଭାବେ ମଧ୍ୟ ତରଭୂଜର ଧଳା ଅଂଶକୁ ବ୍ୟବହାର କରିପାରିବେ । କିଛିଦିନ ଏଭଳି କରିବା ପରେ ଝାଳ ସମସ୍ୟା ଦୂର ହୋଇଯିବ ।