ମୁଭି ରିଭ୍ୟୁ: ‘ୱାର୍’

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ବଲିଉଡ୍ ପକ୍ଷରୁ ଉପହାର ସ୍ୱରୂପ ସିନେପ୍ରେମୀଙ୍କ ପାଇଁ ରିଲିଜ୍ କରାଯାଇଛି ଆକ୍ସନ୍ ଭିତ୍ତିକ ‘ୱାର୍’ । ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିଛନ୍ତି ଆଉ ଜଣେ ଆକ୍ସନ୍ ତାରକା ଟାଇଗର୍ ସ୍ରଫ୍ । ପ୍ରଥମ ଥର ପାଇଁ ହ୍ରିତିକ୍ ଓ ଟାଇଗରଙ୍କ ଭଳି ନାମୀଦାମୀ ତାରକାଙ୍କୁ ଗୋଟିଏ ସ୍କ୍ରୀନରେ ଦେଖିବାକୁ ମିଳିଥିବାରୁ ଫିଲ୍ମ ପ୍ରତି ଦର୍ଶକ ବେଶ୍ ଆକୃଷ୍ଟ ହେଉଛନ୍ତି । ଫିଲ୍ମର ଫାଷ୍ଟ ଡେ’ ଫାଷ୍ଟ୍ ଶୋ’ ପ୍ରତି ଦର୍ଶକଙ୍କର ସକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ୱାର୍’ର ଟ୍ରେଲର୍ ରିଲିଜ୍ ହେବା ପରଠାରୁ ହିଁ ଏହାର ରିଲିଜ୍ ଡେଟକୁ ସିନେପ୍ରେମୀ ଚାତକ ଭଳି ଅନେଇ ବସିଥିଲେ । ଆକ୍ସନ୍ ଦୃଶ୍ୟରେ ଭରପୂର ଏହି ଟ୍ରେଲର୍ ଦର୍ଶକଙ୍କ ମନ କିଣିନେଇଥିଲା । ଦର୍ଶକଙ୍କ କହିବା ଅନୁଯାୟୀ ଫିଲ୍ମର ନିର୍ଦ୍ଦେଶନା ଠାରୁ ଆରମ୍ଭ କରି ଆକ୍ସନ୍ ଦୃଶ୍ୟ, ସଙ୍ଗୀତ, ଡ୍ୟାନ୍ସ ଓ ତାରକାଦ୍ୱୟଙ୍କ ଅଭିନୟ ଓ କାହାଣୀ କେହି କାହାଠାରୁ ଉଣା ନାହାନ୍ତି । ମୋଟ ଉପରେ କହିବାକୁ ଗଲେ ଏହି ଫିଲ୍ମ ଦେଖିବା ପରେ ଏବେ ସିନେ ମହଲରେ କେବଳ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଫିଲ୍ମ ସମୀକ୍ଷକମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି ।

ଦର୍ଶକ ଓ ଫିଲ୍ମ ସମୀକ୍ଷକଙ୍କ ପ୍ରତିକ୍ରିୟା ଦେଖିବା ପରେ ଓପନିଙ୍ଗ୍ ଡେ’ ରେ ଏହା ୪୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବକ୍ସଅଫିସ୍ ବ୍ୟବସାୟ କରିପାରେ ବୋଲି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ ମାନେ ଅନୁମାନ କରିଛନ୍ତି । ଫିଲ୍ମର କାହାଣୀ ଅନୁଯାୟୀ ‘ର’ ଏଜେଣ୍ଟ୍ ହ୍ରିତିକଙ୍କୁ ଖୋଜିବାକୁ ଯାଇଛନ୍ତି ଟାଇଗର୍ । ଏକଥା ଜାଣିବା ପରେ ହ୍ରିତିକ୍ ଓ ଟାଇଗରଙ୍କ ମଧ୍ୟରେ ବିଭିନ୍ନ ଦିଗକୁ ନେଇ ଯୁଦ୍ଧ ଆରମ୍ଭ ହୋଇଛି । ତେବେ ସେ ହ୍ରିତିକଙ୍କୁ କାହିଁକି ଖୋଜୁଛନ୍ତି, ଖୋଜି ପାଇଛନ୍ତି କି ନାହିଁ ଏବଂ ତା’ ପରେ କ’ଣ ସବୁ ନୂଆ ମୋଡ଼ ଆସିଛି, ଏହାକୁ ନେଇ କାହାଣୀ ଆଗକୁ ବଢ଼ିଛି । ଆକ୍ସନ୍ ସହିତ ସେକେଣ୍ଡ୍ ହାପରେ ଗ୍ଲାମରର ତଡ଼କା ଲଗାଇଛନ୍ତି ବାଣୀ କପୁର୍, ଯାହାକି ଦର୍ଶକଙ୍କ ପାଇଁ ମନୋରଞ୍ଜନ ନେଇଆସିଛି ।

Leave a Reply

Your email address will not be published. Required fields are marked *