ଆଜି ବୃଷ ସଂକ୍ରାନ୍ତି: କେଉଁ ରାଶି ପାଇଁ ଶୁଭ, କାହାକୁ ଅଶୁଭ ଜାଣନ୍ତୁ

ମେ’ ମାସ ୧୫ ତାରିଖ ବୁଧବାର ଦିନ ସୂର୍ଯ୍ୟ ମେଷ ରାଶିରୁ ବୃଷ ରାଶିକୁ ଆସିବେ । ଏହାକୁ ବୃଷ ସଂକ୍ରାନ୍ତି ଭାବେ ଅଭିହିତ କରାଯାଇଛି ଏବଂ ଆଗାମୀ ଏକ ମାସ ମଧ୍ୟରେ ବିଭିନ୍ନ ରାଶି ଉପରେ ଏହାର ଭିନ୍ନ ଭିନ୍ନ ପ୍ରଭାବ ରହିବ । ସୂର୍ଯ୍ୟଙ୍କର ଏହି ଚଳନ ୯ଟି ରାଶି ପାଇଁ ଶୁଭଫଳ ଆଣିଦେବ ଏବଂ ବାକି ୩ଟି ରାଶି ଅଶୁଭ ଫଳ ଭୋଗ କରିବେ । ଏହି ମାସରେ କିଛି ବିଶେଷ ପୂଜାବିଧି ରହିଛି, ଯାହାଦ୍ୱାରା ଅଶୁଭ ଫଳର ପ୍ରଭାବ କିଛି ପରିମାଣରେ କମ୍ ହୋଇପାରେ । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷଶାସ୍ତ୍ର ବିଷାରଦମାନଙ୍କ ଅନୁଯାୟୀ କିଛି ତଥ୍ୟ ଓ ପୂଜାବିଧି –


ଶୁଭଫଳ ପ୍ରାପ୍ତ ହେଉଥିବା ରାଶି – ମେଷ, ବୃଷ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ।

ଅଶୁଭ ଫଳ ପ୍ରାପ୍ତ ହେଉଥିବା ରାଶି – ମିଥୁନ, ସିଂହ ଓ ଧନୁ ।


ପୂଜା ବିଧି

ଅଶୁଭ ଫଳକୁ କିଛି ପରିମାଣରେ କମ୍ କରିବା ପାଇଁ ପ୍ରତିଦିନ ସକାଳୁ ଉଠି ସ୍ନାନ କରିବା ପରେ ତମ୍ବା ପାତ୍ରରେ ନାଲି ଫୁଲ ସହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପୂଜା କରନ୍ତୁ । ଏହାପରେ ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ । ଏହାପରେ ପ୍ରତିଦିନ ମନ୍ଦିରରେ ଗୁଡ଼ ଦାନ କରିବା ସହିତ ଭୋକିଲାଙ୍କୁ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published.