ସାଢେ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ
୧୫ଟି ବୁଥ୍ରେ ପୋଲିଂ ଶୂନ
ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଦିନ ସାଢେ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଛି । ବହ୍ମପୁରଠାରେ ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି ମୋହନାରେ ୫୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ପାରଳାଖେମୁଣ୍ଡି ଠାରେ ୫୧.୮୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।
ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ୫୩ ପ୍ରତିଶତ ମତଦାନ ହୋଇଛି । ନବରଙ୍ଗପୁର ଲୋକସଭା ଏବଂ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ୫୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି କଳାହାଣ୍ଡି ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ୫୩ ପ୍ରତିଶତ ମତଦାନ ହୋଇଛି । ସେପଟେ କୋରାପୁଟ ଲୋକସଭା ଓ ଏହା ଅଧୀନରେ ଥିବା ୭୭ଟି ବିଧାନସଭା ଆସନରେ ୫୫ ପ୍ରତିଶତ ମତଦାନ ହୋଇଛି ।
ପ୍ରଥମ ପର୍ଯ୍ୟାୟ ମତଦାନରେ ୧୫ଟି ବୁଥର ପୋଲିଂ ଶୂନ ହୋଇଛି । ପୋଲିଂ ନହେବାରୁ ବୁଥରୁ ଫେରିଆସିଛନ୍ତି ପୋଲିଂ ପାର୍ଟି । ମାଲକାନଗିରି ଜିଲ୍ଲାରେ ମାଓବାଦୀ ଭୟରେ ୧୫ଟି ବୁଥକୁ ଲୋକେ ଭୋଟ ଦେବା ପାଇଁ ଆସି ନାହାନ୍ତି।