ନକ୍ସଲ ଭୟ: ଭୋଟ୍ ଦେଲେନି ଭୋଟର
ମାଲକାନଗିରି, (ଓଟି): ଚିତ୍ରକୋଣ୍ଡାର ୧୫ ବୁଥରୁ ପୁଲିଂ ଅଧିକାରୀମାନେ ଖାଲି ହାତରେ ଫେରିଛନ୍ତି। ଦିନସାରା କଡ଼ା ସୁରକ୍ଷାରେ ବସିଥିଲେ ମଧ୍ୟ ତାଙ୍କ ପାଖକୁ ଭୋଟ୍ ଦେବାକୁ କେହି ବି ଆସି ନଥିବା ଜଣାପଡ଼ିଛି। ହିଂସାକୁ ଆଖିରେ ରଖି ଏହି ଅଞ୍ଚଳରେ ଅପରାହ୍ଣ ୪ଟା ସୁଦ୍ଧା ପୁଲିଂ ଶେଷ ପାଇଁ ନିର୍ଦେଶ ଦିଆଯାଇଥିଲା ।
ଏହି ୧୫ଟି ବୁଥ୍ରୁ ବିଚ୍ଛିନ୍ନାଞ୍ଚଳର ୬ଟି ବୁଥ ଥିବାବେଳେ ୯ଟି ଅନ୍ୟ ଅଞ୍ଚଳର। ଏହସବୁ ଅଞ୍ଚଳରେ ନକ୍ସଲ ଆକ୍ରମଣ ଭୟ ରହିଛି। ପୂର୍ବରୁ ନକ୍ସଲ ସଂଗଠନ ଭୋଟ୍ ବର୍ଜନ ଆହ୍ବାନ ଦେଇଥିଲେ।