କେବଳ ବିଜେଡିକୁ ଯାଉଛି ଭୋଟ‍୍‌

ଆଜି ସୁବର୍ଣ୍ଣପୁର ଜିଲା ସୋନପୁର ବିଧାସଭା ନିର୍ବାଚନ ମଣ୍ଡଳୀର ସାଲେପାଲି ୧୧୮ ନଂ ବୁଥ୍‌ରେ ଆଜି ଇଭିଏମ୍‌ରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି। ସକାଳେ ସମସ୍ତ ଦଳର ଏଜେଣ୍ଟମାନଙ୍କୁ ନେଇ ହୋଇଥିବା ମକ୍‌ପୋଲ୍‌ ସମୟରେ ଇଭିଏମ୍‌ରେ ତ୍ରୁଟି ଥିବା ଜଣା ପଡ଼ିଥିଲା। ଯେଉଁ ବଟନ୍‌ ଚିପିଲେ ମଧ୍ୟ ଭୋଟ୍‌ ବିଜେଡି ବା ଶଙ୍ଖ ଚିହ୍ନକୁ ଯାଉଥିବା ଜଣାପଡ଼ିଥିଲା।

ଯାହାକୁ ନେଇ ଭୋଟ୍‌ ଦେବାକୁ ଆସିଥିବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଇଭିଏମ୍‌ ପରିବର୍ତ୍ତନ ନ ହେଲେ ଭୋଟ ଦେବେ ନାହିଁ ବୋଲି ଅଡ଼ି ବସିଥିଲେ ଗ୍ରାମବାସୀ। ପରବର୍ତ୍ତୀ ସମୟରେ ଜିଲା ପ୍ରଶାସନ ଓ ପୋଲିଂ ପାର୍ଟି ସହାୟତାରେ ଇଭିଏମ୍‌ ମେଶିନ୍‌ ପରିବର୍ତ୍ତନ କରାଯିବା ପରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଫଳରେ ଏହି ବୁଥ୍‌ରେ ଆଜି ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ମତଦାନ।

Leave a Reply

Your email address will not be published.