୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି

ଭୁବନେଶ୍ଵର, (ଓଟି): ଗୁରୁବାର ସକାଳ ସାଢ଼େ ଆଠଟାରୁ ଆରମ୍ଭ ହେବ ଭୋଟ୍‌ ଗଣତି। ରାଜ୍ୟର ୬୩ଟି କେନ୍ଦ୍ରକୁ ଭୋଟ୍‌ ଗଣତି ପାଇଁ ସ୍ଥିର କରାଯାଇଛି। ଲୋକସଭା ନିର୍ବାଚନ ମଣ୍ଡଳୀ ଅନୁସାରେ ବିଧାନସଭା ମଣ୍ଡଳୀରେ ଭୋଟ୍‌ ଗଣତି ହେବ। ପ୍ରତି ହଲ୍‌ରେ ୧୪ଟି ଟେବଲ୍‌ରେ ଗଣତି ହେବ। ସେଥିରୁ ଗୋଟିଏ ଲୋକସଭା ଓ ଅନ୍ୟଟି ବିଧାନସଭାରେ ଭୋଟ୍‌ ଗଣିବା ଲାଗି ବ୍ୟବହାର ହେବ। ଏଥିନେଇ ଆବଶ୍ୟକ ତାଲମ କାର୍ଯ୍ୟକ୍ରମ ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏଥର ସମୁଦାୟ ୨୪୬୨ଟି ଟେବଲ୍‌ରେ ଭୋଟ୍‌ ଗଣତି କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି। ୨୦୧୪ ଅପେକ୍ଷା ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଏହି ବୃଦ୍ଧି ପରିମାଣ ୪୧୧ ଏବଂ ଏଥିଲାଗି ଭାରତର ନିର୍ଚବାନ କମିଶନଙ୍କ ଆବଶ୍ୟକ ଅନୁମତି ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ପ୍ରତି ନିର୍ବାଚନ ମଣ୍ଡଳୀରେ ଆଗ ପୋଷ୍ଟାଲ୍‌ ବ୍ୟାଲଟ୍‌ ଗଣତି କରାଯିବ। ଏଥର ସର୍ବାଧିକ ପୋଷ୍ଟାଲ୍‌ ବ୍ୟାଲଟ୍‌ ମିଳିଛି। ଏହି ସଂଖ୍ୟା ଏକଲକ୍ଷକୁ ଟପିଛି ବୋଲି ଶ୍ରୀ କୁମାର କହିଛନ୍ତି। ଏହି ସଂଖ୍ୟାକୁ ଗଣିବା ପାଇଁ ସମୟ ଲାଗିବ। ଏହି ଗଣତି ସରିବା ପରେ ଇଭିଏମ୍‌ ଗଣତି ଆରମ୍ଭ ହେବ।

ବୁଥ ସଂଖ୍ୟାକୁ ଦେଖି କେତେ ରାଉଣ୍ଡରେ ଗଣତି ଶେଷ ହେବ ତାହା ସ୍ଥିର କରାଯାଇଛି। ସବୁଠାରୁ କମ୍‌ ସମ୍ବଲପୁର ଆସନ ପାଇଁ ରହିଥିବାବେଳେ ସବୁଠାରୁ ଅଧିକ ପାଟଣାଗଡ଼ ପାଇଁ ହୋଇଛି। ଅର୍ଥାତ୍‌ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ଲାଗି ଭୋଟ୍‌ ଗଣତି ୧୯ଟି ରାଉଣ୍ଡରେ ଶେଷ ହେବାକୁ ଥିବାବେଳେ ପାଟଣାଗଡ଼ ଲାଗି ସର୍ବାଧିକ ୪୯ଟି ରାଉଣ୍ଡରେ ଗଣତି ହେବ। ଏହି ଅନୁସାରେ ପ୍ରଥମେ ସମ୍ବଲପୁର ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି।

ଭୋଟ୍‌ ଗଣତି ସଙ୍ଗେ ମେଳ ଭିଭିପ୍ୟାଟ୍‌ ସଙ୍କେତ ମେଳ ଖାଉଛି କି ନା ତାହା ଜାଣିବା ଲାଗି କୋଟ;ଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ନିର୍ବାଚନ ଅଧିକାରୀ। ଏହିକ୍ରମରେ ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ବୁଥରେ ଭିଭିପ୍ୟାଟ୍‌ ମେଳ ଯାଞ୍ଚ କରାଯିବ।

Leave a Reply

Your email address will not be published.