ନୟାଗଡ଼-ବଲାଙ୍ଗିରରେ ଭୋଟ ବର୍ଜନ
ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। କିଛି ସ୍ଥାନରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା ବେଳେ କେତେକ ସ୍ଥାନରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଲୋକେ ଭୋଟ୍ ବର୍ଜନ କରିଛନ୍ତି।
ନୟାଗଡ଼ ଜିଲ୍ଲାର ଗୁମି, ଢିପାମାଳ ପଞ୍ଚାୟତର ୧୪ଟି ଗାଁର ଶତାଧିକ ଭୋଟର ଆଜି ଭୋଟ୍ ବର୍ଜନ କରିଛନ୍ତି। ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ସେମାନେ ଭୋଟ୍ ବର୍ଜନ କରିଥିବା କହିଛନ୍ତି।
ବଲାଙ୍ଗିର ଜିଲ୍ଲାର ଭଇଁସାପାଲି ଗାଁର ଲୋକେ ଭୋଟ ବର୍ଜନ କରିଛନ୍ତି। ରେଲୱେ ଷ୍ଟେସନ ନାଁ ବଦଳିବା ପ୍ରତିବାଦରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ସେହିପରି ଲୋଇସିଂହାର ୨ଟି ବୁଥରେ ମତଦାନ ହୋଇନାହିଁ। ମତଦାନ କେନ୍ଦ୍ର ଦୂରରେ ହୋଇଥିବାରୁ ଏହାର ପ୍ରତିବାଦ କରି ବବଜା ଓ ଜଙ୍କରିଅ ଗାଁଲୋକେ ଭୋଟ୍ ବର୍ଜନ କରିଛନ୍ତି।