ଲକ୍‌ଡାଉନ୍‌: ବ୍ୟାଙ୍କ ଏଟିଏମ୍‌ରେ ରିଚାର୍ଜ କରିହେବ ଭୋଡାଫୋନ୍‌-ଆଇଡିଆ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ଲକ୍‌ଡାଉନ ସମୟରେ ଖୁଚରା ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଭୋଡାଫୋନ୍ ଆଇଡିଆ ତରଫରୁ ଫିଚର ଫୋନ୍ ଓ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବ୍ୟାଙ୍କ ଏଟିଏମ୍‌, ଆପ୍ ଏବଂ ୱେବସାଇଟ୍ ଜରିଆରେ ଶୀଘ୍ର ରିଚାର୍ଜ କରିବାର ସୁବିଧା ପ୍ରଦାନ କରୁଛି । ଏଥିପାଇଁ ଗ୍ରାହକମାନେ ସେମାନଙ୍କ ନମ୍ବରକୁ ଏଟିଏମ୍ ଜରିଆରେ ବ୍ୟବହାର କରିବା ବେଳେ ପ୍ରଥମେ ଏଟିଏମ୍ କାର୍ଟକୁ ଏଟିଏମ୍ ମେସିନ୍‌ରେ ଭର୍ତି କରିବାକୁ ହେବ । ଏହା ପରେ ରିଚାର୍ଜ ବିକଳ୍ପ ଚୟନ କରିବାକୁ ପଡ଼ିବ । ଏହା ପରେ ନିଜର ମୋବାଇଲ୍ ନମ୍ବର ଦେଇ ପିନ୍ ଦେବାକୁ ପଡ଼ିବ । ଯେତେ ଟଙ୍କାର ରିଚାର୍ଜ କରିବାକୁ ଚାହୁଛନ୍ତି ତାହା ଲେଖିବା ପରେ ଏଣ୍ଟର୍ ବଟନ୍ ଦବାଇବାକୁ ହେବ । ଏହା ପରେ ବ୍ୟାଙ୍କ ଖାତାରୁ ଟଙ୍କା କଟିଯିବ ଓ ଏସ୍‌ଏମ୍‌ଏସ୍ ଜରିଆରେ ତାହାର ସୂଚନା ମିଳିଯିବ ।
ସେହିପରି ଆପ୍ ଜରିଆରେ ରିଚାର୍ଜ କରିବାକୁ ଚାହୁଁଥିବା ଗ୍ରାହକମାନେ ମାଇଁ ଭୋଡ଼ାଫୋନ୍ ଆପ୍ ଓ ମାଇଁ ଆଇଡିଆ ଆପ୍‌କୁ ବ୍ୟବହାର କରିପାରିବେ । ଅନ୍ୟଥା ଫୋନ୍‌ପେ, ପେଟିଏମ୍‌, ଆମାଜନ୍ ଭଳି ତୃତୀୟ ପକ୍ଷର ଆପ୍ ଜରିଆରେ ମଧ୍ୟ ଫୋନ୍ ରିଚାର୍ଜ କରିହେବ । ଗ୍ରାହକମାନେ ଭୋଡାଫୋନ୍‌ର ୱେବସାଇଟ ଙ୍ଗଙ୍ଗଙ୍ଗ.ଙ୍ଖକ୍ଟୟବଲକ୍ଟଦ୍ଭର.ସଦ୍ଭ ଓ ଆଇଡିଆର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ସୟରବମରକ୍ଷକ୍ଷଙ୍କକ୍ଷବକ୍ସ.ମକ୍ଟଜ୍ଞ ଜରିଆରେ ମଧ୍ୟ ଫୋନ୍ ରିଚାର୍ଜ କରିପାରିବେ । ୱେବସାଇଟ୍‌ରେ ରିଚାର୍ଜ ବିକଳ୍ପକୁ ଚୟନ କରି ମୋବାଇଲ୍ ନମ୍ବର, ପସନ୍ଦର ରିଚାର୍ଜ ଓ ରିଚାର୍ଜ ପ୍ୟାକ୍ ଚୟନ କରି ଫୋନ୍‌କୁ ରିଚାର୍ଜ କରିହେବ । ଏଥିପାଇଁ ବିଭିନ୍ନ ମାଧ୍ୟମ ଜରିଆରେ ପେମେଂଟ୍ କରାଯାଇପାରିବ ।
ଡିିଜିଟାଲ୍ ମାଧ୍ୟମର ସୁବିଧା ବିଷୟରେ କଂପାନି ତରଫରୁ ଗ୍ରାହକଙ୍କୁ ସଚେତନ କରାଯାଉଛି । ସେମାନଙ୍କୁ ଭିଡିଓ ଲିଙ୍କ, ଜିଆଇଏଫ୍‌, ଡକେଟ୍ ଆଦି ଜରିଆରେ ସଚେତନତା ବାର୍ତା ପଠାଯାଉଛି । ମାଇଁ ଭୋଡାଫୋନ୍ ଆପ୍ ଓ ମାଇଁ ଆଇଡିଆ ଆପ୍ ଜରିଆରେ ମଧ୍ୟ ସୂଚନା ଦିଆଯାଉଛି । ଡିଜିଟାଲ୍ ମାଧ୍ୟମରେ ରିଚାର୍ଜ ଜାଣୁଥିବା ଗ୍ରାହକମାନେ ନିଜ ବନ୍ଧୁ ଓ ପରିବାର ଜନଙ୍କ ରିଚାର୍ଜ କରାନ୍ତୁ ବୋଲି କଂପାନି ଆହ୍ୱାନ ଦେଇଛି । ଏଥିପାଇଁ ରିଚାର୍ଜ ଫର ଗୁଡ୍ ଅଭିଯାନ ଆରମ୍ଭ କରିଥିବା ବେଳେ ସେମାନଙ୍କୁ କ୍ୟାସ୍‌ବ୍ୟାକ୍ ଭଳି ସୁବିଧା ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *