ଭୋଡ଼ାଫୋନ୍ ଆଇଡିଆ ଅଫର: ଅନ୍ୟପାଇଁ ରିଚାର୍ଜ କଲେ କ୍ୟାଶ୍ବ୍ୟାକ୍
ଭୁବନେଶ୍ୱର: ଭୋଡାଫୋନ୍ ଆଇଡିଆର ପ୍ରିପେଡ୍ ଗ୍ରାହକମାନେ ମାଇଁ ଭୋଡାଫୋନ୍ ଆପ୍ କିମ୍ବା ମାଇଁ ଆଇଡିଆ ଆପ୍ରେ ଦ୍ୱାରା ଅନ୍ୟ ଯେ କୌଣସି ପ୍ରିପେଡ୍ ଭୋଡାଫୋନ୍ ଆଇଡିଆ ଗ୍ରାହକଙ୍କ ଫୋନ୍ ରିଚାର୍ଜ କରିପାରିବେ । ସେମାନେ ଯେଉଁ ମୂଲ୍ୟର ରିଚାର୍ଜ କରିବେ ସେହି ଅନୁସାରେ କ୍ୟାଶ୍ବ୍ୟାକ୍ ପାଇପାରିବେ । ସେହି କ୍ୟାଶ୍ବ୍ୟାକ୍ କୁପନ୍କୁ ଗ୍ରାହକ ଜଣକ ପରବର୍ତ୍ତୀ ରିଚାର୍ଜରେ ବ୍ୟବହାର କରିପାରିବେ ବୋଲି ଭୋଡ଼ାଫୋନ୍ ଆଇଡିଆ ପକ୍ଷରୁ କୁହାଯାଇଛି । ଏହି ଅଫର ୨୦୨୦ ଏପ୍ରିଲ୍ ୯ରୁ ଭୋଡାଫୋନ୍ ଗ୍ରାହକଙ୍କ ପାଇଁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୧୦ରୁ ଆଇଡିଆ ଗ୍ରାହକଙ୍କ ପାଇଁ ଆରମ୍ଭ ହେବ । ଅଫରର ବୈଧତା ହେଉଛି ୨୦୨୦ ଏପ୍ରିଲ୍ ୩୦ ।
ଗ୍ରାହକମାନେ ଯେଉଁ ରିଚାର୍ଜ କରିବେ ସେଥିପାଇଁ ତାଙ୍କୁ ରିଜାର୍ଜ ମୂଲ୍ୟ ଉପରେ ୬% କ୍ୟାସବ୍ୟାକ୍ ମିଳିବ । ବର୍ତ୍ତମାନ ସମୟରେ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଟେଲିଫୋନ୍ ଯୋଗାଯୋଗରେ ରହିବା ଲାଗି ସହାୟତା ପ୍ରଦାନ କରିବା ପାଇଁ ଭୋଡାଫୋନ୍ ଆଇଡିଆ ପକ୍ଷରୁ ରିଚାର୍ଜ ଫର ଗୁଡ୍ ପ୍ରୋଗ୍ରାମ୍ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଭୋଡାଫୋନ୍ ଓ ଆଇଡିଆର ଗ୍ରାହକମାନେ ସେମାନଙ୍କ ବନ୍ଧୁ, ପରିବାର କିମ୍ବା ରିଚାର୍ଜ କରିଜାଣିନଥିବା ଯେକୌଣସି ବ୍ୟକ୍ତି କିମ୍ବା ଯାହାଙ୍କ ପାଖରେ ଇଟଂରନେଟ୍ ସଂଯୋଗ ନାହିଁ ତାଙ୍କ ପାଇଁ ରିଚାର୍ଜ କରିପାରିବେ ।
ଏହି ନୂତନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଭୋଡାଫୋନ୍ ଆଇଡିଆର ବିପଣନ ନିର୍ଦେଶକ ଅଭନୀଶ ଖୋସଲା କହିଛନ୍ତି ଯେ, “ବର୍ତମାନର ପରିସ୍ଥିତି ଆମର ବହୁ ସଂଖ୍ୟକ ପ୍ରିପେଡ୍ ଗ୍ରାହକମାନଙ୍କୁ ପ୍ରଭାବିତ କରିଛି ଯେଉଁମାନେ ରିଚାର୍ଜ କରିବା ଲାଗି ବାହାରକୁ ବାହାରି ପାରୁନାହାନ୍ତି କିମ୍ବା ଡିଜିଟାଲ୍ ଉପାୟରେ ରିଚାର୍ଜ କରିବା ଲାଗି ଇଟଂରନେଟ୍ ସୁବିଧା ପାଉନାହାନ୍ତି । ଏକ ଟେଲିକମ୍ କଂପାନି ଭାବେ ଏହି ଅନିଶ୍ଚିତତାର ପରିସ୍ଥିତିରେ ଆମେ ଆମର ସମସ୍ତ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବାକୁ ଚାହୁଛୁ । ଏହି ଅଭାବନୀୟ ସମୟରେ ଯେଉଁମାନେ ଫୋନ୍ ରିଚାର୍ଜ କରିବାରେ ଅସୁବିଧା ସାମ୍ନା କରୁଛନ୍ତି ସେମଭଳି ଗ୍ରାହକମାନେ ଯେଭଳି ରିଚାର୍ଜ ସୁବିଧା ପାଇପାରିବେ ସେଥିପାଇଁ ଆମେ ରିଚାର୍ଜ ଫର ଗୁଡ୍ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଡିଜିଟାଲ ଉଭାୟରେ ଯୋଗାଯୋଗରେ ଥିବା ସମସ୍ତ ଭୋଡାଫୋନ ଓ ଆଇଡିଆ ଗ୍ରାହକମାନଙ୍କୁ ଥରେ କିମ୍ବା ଏକାଧିକ ଥର ଏହି ମହତ କାର୍ଯ୍ୟ କରିବା ଲାଗି ଆମେ ଆହ୍ୱାନ ଦେଉଛୁ ।’’