ଇନଷ୍ଟାଗ୍ରାମରେ ବିକିଙ୍କ ଧମାକା

ଆକ୍ସନ ଡାରେକ୍ଟର୍ ରୋହିତ ସେଟ୍ଟିଙ୍କ ପରେ ଉରି ଫେମ୍ ବିକି କୌଶଲ୍ ଏବେ ଚର୍ଚ୍ଚାରେ ଅଛନ୍ତି । ରୋହିତଙ୍କ ୩କୋଟି ଟଙ୍କାର କାର୍ ପ୍ରଶଂସକଙ୍କୁ କ୍ରେଜି କରିଥିବାବେଳେ ବିକିଙ୍କ ହାତଘଣ୍ଟା ଏବେ ପ୍ରଶଂସକଙ୍କ ପାଇଁ ପାଗଳାମୀର କାରଣ ସାଜିଛି । ନିକଟରେ ବିକି ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ଅପଲୋଡ୍ କରିଥିଲେ । ସେହି ଫଟୋରେ ବିକିଙ୍କ ହାତରେ ଥିବା ଘଣ୍ଟାର ଦାମ୍ ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବ । ଅକ୍ଟୋ ଫିନିସିମୋ ସ୍କେଲେଟନ୍ କମ୍ପାନୀର ସେହି ଘଣ୍ଟାର ଦାମ୍ ହେଉଛି ୨୨,୮୦,୦୦୦ । ଏହି ଦାମ୍ ଦେଇ ଏକ ଏସୟୁବି କିଣିହେବ ।

କୌଣସି ଏକ ମ୍ୟାଗେଜିନର କଭର୍ ପେଜ୍ ପାଇଁ ବିକି ଏହି ଫଟୋ ଉଠାଇଥିଲେ । ଏହି ଫଟୋ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ଅନେକ ୟୁଜର୍ସ ଏହାକୁ ଲାଇକ୍ କରିଥିବାବେଳେ ଆଉ କେକେତଜଣ ବିକିଙ୍କୁ ଉପହାସ ମଧ୍ୟ କରିଛନ୍ତି । କିନ୍ତୁ ବିକିଙ୍କ ପ୍ରଶଂସକ ଏହାକୁ ନେଇ ବେଶ୍ ଖୁସି ଜଣାପଡ଼ୁଛନ୍ତି । ‘ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ରେ ଦକ୍ଷ ଅଭିନୟର ପ୍ରମାଣ ଦେଇଥିବା ବିକି ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଉଧମ୍ ସିଂ’ଙ୍କ ବାୟୋପିକର ସୁଟିଂରେ ବ୍ୟସ୍ତ ଅଛନ୍ତି । ଖୁବ୍ ଶୀଘ୍ର ଏହି ଫିଲ୍ମ ସିନେମାଘରକୁ ଆସିବ । ଏହା ବ୍ୟତୀତ ‘ଭୁତ୍’ ଓ ‘ମନେକଶାଁ’ରେ ମଧ୍ୟ ବିକି ନଜର ଆସିବେ ।

Leave a Reply

Your email address will not be published. Required fields are marked *