ଅଯୋଧ୍ୟା କାହାର ହେବ- ଶ୍ରୀରାମ ନା ବାବ୍ରୀ ମସ୍‌ଜିଦ୍‌: ଶନିବାର ଆସିବ ରାୟ

ନୂଆଦିଲ୍ଲୀ, (ୟୁଏନ୍‌ଆଇ): ଅଯୋଧ୍ୟା କାହାର ହେବ? ଏନେଇ ଅନେକ ତର୍ଜମା ହୋଇଛି, ଯୁକ୍ତି ବି ପ୍ରସାର ହୋଇଛି। କୋର୍ଟ ମଧ୍‌ୟ ବାରମ୍ବାର ସମସ୍ୟାର ସମାଧାନ ପାଇଁ ଶୁଣାଣି କରିଛନ୍ତି। ହେଲେ ସମାଧାନ ହୋଇ ପାରି ନାହିଁ।  ଏବାବଦରେ କିନ୍ତୁ ସର୍ବଶେଷ ରାୟ ଆସନ୍ତା କାଲି ଆସିବାକୁ ଯାଉଛି। ଶନିବାର ସକାଳ ସାଢ଼େ ଦଶଟାବେଳେ ଏହି ରାୟ ପ୍ରକାଶ ପାଇବ ବୋଲି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜଣାପଡ଼ିଛି। ଏହାହେଲେ ଦୀର୍ଘବର୍ଷ ଧରି ରାମ ଜନ୍ମଭୂମିକୁ ନେଇ ଚାଲିଥିବା ବିବାଦ ତଥା ଅଯୋଧ୍ୟାର ଦୀର୍ଘ କାଳୀନ ଜମି ବିବାଦରେ ପୂଣ୍ଣଛେଦ ଲାଗିବ ବୋଲି ଆଶା କରାଯାଉଛି। 

ଏହି  ବିଚାର ଘେଶଷଣାର ଫଳାଫଳରେ ଯେପରି ଦେଶର କୌଣସି ନାଗରିକ ବା ସମ୍ପତ୍ତି ପ୍ରଭାବିତ ନ ହୁଏ ସେଥିଲାଗି ଯତ୍ନବାନ ରହିବାକୁ ସୁପ୍ରିମ୍‌କୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପରାମର୍ଶ ଦେଇଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ସହ ପ୍ରମୁଖ ବିଚାରପତି ଆଲୋଚନା କରିଛନ୍ତି। 

ପ୍ରମୁଖ ବିଚାରପତି ଜଷ୍ଟିସ୍‌ ର୍ୟ୍ଜନ ଗୋଗୋଇଙ୍କ ନେତୃତ୍ଵରେ ଏକ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଶୁଣାଣି ସପ୍ତାହକୁ ୫ ଦିନ ହିସାବରେ ହୋଇଛି। ଏହା ଅକ୍ଟୋବର ୨୬ ତାରିଖରେ ଶେଷ ହୋଇ ରାୟକୁ ସଂରକ୍ଷଣ କରାଯାଇଥିଲା। ଆବଶ୍ୟକ ପଦକ୍ଷେପ ପରେ ଏହି ବିଚାର ଶନିବାର ଦିନ ପ୍ରକାଶ ପାଇବ। 

 

Leave a Reply

Your email address will not be published.