ପନିପରିବା ଦର ଆକାଶ ଛୁଆଁ
କେନ୍ଦ୍ରାପଡା଼, (ଓଟି):କରୋନାକୁ ସମଗ୍ର ଦେଶରେ ଲକ ଡାଉନ କରାଯାଇଥିବାରୁ କେନ୍ଦ୍ରାପଡ଼ା ସହର ସମେତ ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହିବା ସହ ସାପ୍ତାହିକ ହାଟ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଥିବାରୁ ଜିଲ୍ଲାରେ କାଁ ଭାଁ ଖୋରଲୁଥିବା ପରିବା ଦୋକାନ ଗୁଡ଼ିକ ଚଢା ଦରରେ ପରିବା ବିକ୍ରି କରୁଛନ୍ତି । ଗତ ସପ୍ତାହରେ ବାଇଗଣ କିଲୋ ୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଆଳୁ କିଲୋ ଗତ ସପ୍ତାହରେ ୧୨ଟଙ୍କା ଥିବା ବେଳେ ଏବେ ୨୫ଟଙ୍କାରୁ ୩୦ ଟଙ୍କା ରେ, ଗତ ସପ୍ତାହରେ କାକୁଡ଼ି କିଲୋ ୧୦ ଟଙ୍କା ଥିବା ବେଳେ ଏବେ ୨୦ରୁ ୩୦ ଟଙ୍କାରେ, ଗତ ସପ୍ତାହରେ ଟମାଟର କିଲୋ ୧୦ ଟଙ୍କା ଥିବା ବେଳେ ଏବେ ୨୫ ଟଙ୍କାରୁ ୩୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ଅନ୍ୟ ପରିପରିବା ଦର ଦୁଇ ଗୁଣରୁ ତିନି ଗୁଣ ଅଧିକ ଦରରେ ଏବେ ବିକ୍ରି ହେଉଛି ।