ଅଜୟଙ୍କ ପିତା ଭିରୁ ଦେବଗନ୍ ଆଉ ନାହାନ୍ତି

ଅଜୟ ଦେବଗନଙ୍କ ବାପା ଭିରୁ ଦେବଗନ୍ ଆଉ ନାହାନ୍ତି । ବଲିଉଡରେ ଷ୍ଟଣ୍ଟମ୍ୟାନ୍ ବୋଲାଉଥିବା ଭିରୁ ଦେବଗନ୍ ପ୍ରାୟ ୮୦ରୁ ଊଦ୍ଧ୍ୱର୍ ଫିଲ୍ମରେ ଆକ୍ସନ୍ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ବଲିଉଡ୍ ସ୍ତବ୍ଧ ହୋଇପଡ଼ିଛି । ୮୫ ବର୍ଷ ବୟସରେ ସାନ୍ତାକ୍ରୁଜ୍ ସ୍ଥିତ ସୂର୍ଯ୍ୟା ହସ୍ପିଟାଲରେ କାର୍ଡିୟାମ୍ ଆରେଷ୍ଟ୍ ଯୋଗୁଁ ଭିରୁଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଅନ୍ତିମ ଯାତ୍ରାରେ ଅନେକ ବଲିଉଡ୍ ତାରକା ସାମିଲ୍ ହୋଇଥିଲେ । ତାଙ୍କର ଏହି ଭିଡିଓ ଏବେ ଭାଇାରାଲ୍ ହେବାରେ ଲାଗିଛି । ପିତାଙ୍କ ମୃତ୍ୟୁରେ ଅଜୟ ଓ କାଜୋଲ୍ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ଅନେକ ବଲିଉଡ୍ ତାରକା ଅଜୟ ଓ କାଜୋଲଙ୍କୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ଘରକୁ ଯାଉଥିବାର ଦେଖିବାକୁ ମିଳିଛି । ଅଜୟଙ୍କ ଅଭିନୀତ ଅନେକ ଫିଲ୍ମରେ ମଧ୍ୟ ଭିରୁ ଦେବଗନ୍ ଆକ୍ସନ୍ ଓ ଷ୍ଟଣ୍ଟ୍ ଦୃଶ୍ୟର ନିର୍ଦ୍ଦେଶନା ଦେଇଥିଲେ । ଭିରୁଙ୍କ ପାଇଁ ହିଁ ଅଜୟଙ୍କୁ ପ୍ରଶଂସକ ମହଲରେ ଆକ୍ସନ୍ ହିରୋ ବା ଆକ୍ସନ୍ କିଙ୍ଗ୍ ଭାବେ ପରିଚୟ ମିଳିଛି । ବଲିଉଡରେ ଭିରୁ ଦେବଗନଙ୍କ ସ୍ଥାନ ଅନ୍ୟ କେହି ନେଇପାରିବେ ନାହିଁ ବୋଲି ତାରକାମାନେ ଟ୍ୱିଟ୍ କରିବା ସହିତ ତାଙ୍କର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି ।

Leave a Reply

Your email address will not be published.