ଶ୍ରାବଣ ମାସରେ କରିଦିଅନ୍ତୁ ଏହି ଗୋଟିଏ କାମ, ରହିବ ନାହିଁ ଧନର ଅଭାବ
ଏବେ ଚାଲିଛି ଶ୍ରାବଣ ମାସ । ଏହା ଭଗବାନ ଶିବଙ୍କ ଅତି ପ୍ରିୟ ମାସ ହୋଇଥିବାରୁ ଶିବକୃପା ଲାଭ କରିବା ପାଇଁ ଭକ୍ତମାନେ ଜଳଲାଗି କରାଇବା ସହ ବିଧିବଦ୍ଧ ଭାବେ ପୂଜା କରିଥାନ୍ତି । ଏହା ଦ୍ୱାରା ସମସ୍ତ ମନୋସ୍କାମନା ପୁରଣ ହୋଇଥାଏ । ବାସ୍ତୁଶାସ୍ତ୍ରଜ୍ଞମାନଙ୍କ ମତରେଏଭଳି ଗୋଟିଏ ଉପାୟ ରହିଛି, ଯାହାକୁ ଶ୍ରାବଣ ମାସରେ ପାଳନ କରିବା ଦ୍ୱାରା ସମସ୍ତ ପ୍ରକାର ବାସ୍ତୁଦୋଷ ଦୂର ହେବା ସହ ଘରେ କେବେ ମଧ୍ୟ ଧନର ଅଭାବ ରହେ ନାହିଁ ।
ତେବେ ସେହି ଉପାୟଟି ହେଉଛି – ଶ୍ରାବଣ ମାସର ଯେ କୌଣସି ଦିନ ରୂପା ନିର୍ମିତ ଏକ ଛୋଟ ଶିବଲିଙ୍ଗ କିଣି ଆଣନ୍ତୁ । ତା’ ପରଦିନ ସୂୂର୍ଯ୍ୟ ଉଦୟ ପୂର୍ବରୁ ଉଠି ନିତ୍ୟକର୍ମ କରନ୍ତୁ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ଘରେ ପୂଜା ସାରିବା ପରେ ଶିବ ମନ୍ଦିର ଯାଇ ସେହି ରୂପା ନିର୍ମିତ ଶିବଲିଙ୍ଗଙ୍କୁ ପୂଜା କରନ୍ତୁ ଏବଂ ସେଠାରେ ସ୍ଥାପନା କରନ୍ତୁ । ପ୍ରତିଦିନ ସକାଳେ ମନ୍ଦିରର ପ୍ରଥମ ଆଳତୀ ପରେ ଶିବଙ୍କୁ ସ୍ନାନ କରାଯାଇଥିବା ଖିରରୁ କିଛି ବୁନ୍ଦା ଆଣି ଘର ଓ ପରିବାର ସଦସ୍ୟଙ୍କ ଉପରେ ସିଞ୍ଜନ କରନ୍ତୁ । ଘରେ ସିଞ୍ଜନ କରିବା ସମୟରେ ଧ୍ୟାନ ରଖନ୍ତୁ ଏହା ଯେପରି କାହାର ପାଦ ସ୍ପର୍ଶ ନକରେ । ତେଣୁ ଏହି ପାଦୁକା ଖିରକୁ ସବୁବେଳେ କାନ୍ଥରେ ସିଞ୍ଜନ କରନ୍ତୁ । ଏଭଳି କିଛିଦିନ କରିବା ପରେ ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇ ଧନ ପ୍ରାପ୍ତି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରଜ୍ଞମାନେ କହିଛନ୍ତି ।