ବାସ୍ତୁ: ଘରର ମୁଖ୍ୟ ଦ୍ୱାରରେ ପେଙ୍ଗସୁଇର ଏହି ଜିନିଷଟି ଲଗାନ୍ତୁ , ବୃଦ୍ଧି ହେବ ସୁଖସମୃଦ୍ଧି

ସମସ୍ତ ବାସ୍ତୁଦୋଷ ଦୂର କରିବା ସହିତ ଘରେ ଧନଧାନ୍ୟ ବୃଦ୍ଧି ଓ ସନ୍ତାନଙ୍କ ଉନ୍ନତି ପାଇଁ ପେଙ୍ଗସୁଇର ବିଭିନ୍ନ ଉପାୟ ରହିଛି । ସେଥିମଧ୍ୟରୁ ଗୋଟିଏ ହେଲା ଏକ ଲାଲ୍ ସୂତାରେ ବନ୍ଧାଥିବା ୩ଟି କିମ୍ବା ୫ଟି କଏନ୍ । ପେଙ୍ଗସୁଇର ଏହି ଜିନିଷକୁ ଆପଣ ଘରର ମୁଖ୍ୟ ଦ୍ୱାରର ଉପରେ ଲଗାଇ ଦିଅନ୍ତୁ । ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇପାରେ ନାହିଁ । ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଏହାଦ୍ୱାରା ଦୂର ହୋଇଥାଏ । ଏହାର ଆଉ କିଛି ଲାଭକାରୀ ଗୁଣ ହେଉଛି-
୧- ଏହାକୁ ପିଲାଙ୍କ ଷ୍ଟଡିରୁମରେ ଲଗାନ୍ତୁ । ଏହାଦ୍ୱାରା ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ସେମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
୨- ଘରର ଉତ୍ତର ଭାଗରେ ଏହା ଲଗାଇବା ଦ୍ୱାରା ସକାରାତ୍ମକ ଉର୍ଜା ମିଳିବା ସହ ଧନସମ୍ପତିରେ ବୃଦ୍ଧି ଘଟିଥାଏ । ଅଫିସ୍ କିମ୍ବା ଦୋକାନରେ ଏହାକୁ କବାଟ ଉପରେ କିମ୍ବା ଅନ୍ୟମାନଙ୍କ ଦୃଷ୍ଟି ପଡ଼ିବା ଭଳି ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ ।
୩- ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ବୃଦ୍ଧି ହେବା ପାଇଁ ଏହାକୁ ଡ୍ରଇଂରୁମରେ ଲଗାନ୍ତୁ ।

Leave a Reply

Your email address will not be published.