ଦକ୍ଷିଣମୁଖି ଘର, କେଉଁ ରାଶି ଉପରେ କିଭଳି ପ୍ରଭାବ

ଦକ୍ଷିଣମୁଖି ଘର, ଅର୍ଥାତ୍ ଯେଉଁଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ଖୋଲିଥାଏ । ସାଧାରଣତଃ ବାସ୍ତୁ ଦୃଷ୍ଟିରୁ ଦକ୍ଷିଣମୁଖି ଘର ଅଶୁଭ ବୋଲି ଧରାଯାଏ । ଏଥିରେ ଥିବା ବାସ୍ତୁ ଦୋଷ କାଟିବା ପାଇଁ ବିଭିନ୍ନ ଉପାୟ ରହିଛି, ଯାହାଦ୍ୱାରା ଏହାର କୁ ପ୍ରଭାବ ଅନେକ ମାତ୍ରାରେ ଦୂର ହୋଇଥାଏ । କିନ୍ତୁ ଏହା ସବୁ ରାଶି ପାଇଁ ଅଶୁଭ ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ କିଭଳି ପ୍ରଭାବ ପକାଇଥାଏ ଦକ୍ଷିଣମୁଖି ଘର ।
ମେଷ – ମେଷରାଶିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଦକ୍ଷିଣମୁଖି ଘର ଅତ୍ୟନ୍ତ ଶୁଭ । ଏହା ବ୍ୟକ୍ତିତ୍ୱର ବିକାଶ କରିଥାଏ ।
ବୃଷ- ବୃଷ ରାଣି ପାଇଁ ଏହା ଶୁଭ ନୁହେଁ । ଏଭଳି ଘରେ ରହିବା ଯୋଗୁଁ ଅଧିକ ଆର୍ଥିକ ସଙ୍କଟ ଦେଖାଦେଇଥାଏ ।
ମିଥୁନ- ମିଥୁନରାଶିର ବ୍ୟକ୍ତି ଦକ୍ଷିଣମୁଖି ଘରେ ରହିଲେ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।
କର୍କଟ- ଏହି ରାଶିର ବ୍ୟକ୍ତି ଦକ୍ଷିଣ ମୁଖି ଘରେ ରହିବା ଉଚିତ୍ । ଏହା ଦ୍ୱାରା ସମାଜରେ ମାନସମ୍ମାନ ପ୍ରାପ୍ତ ହେବା ସହିତ ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହୋଇଥାଏ ।
ସିଂହ – ସିଂହ ରାଶି ପାଇଁ ଏଭଳି ଘର ଭାଗ୍ୟ ଉଦୟ କରିଥାଏ । ଅଧିକ ଧନଲାଭ ଯୋଗ ରହିଥାଏ ।
କନ୍ୟା – କନ୍ୟାରାଶିଯୁକ୍ତ ବ୍ୟକ୍ତି କେବେ ମଧ୍ୟ ଦକ୍ଷିଣମୁଖି ଘର କିଣନ୍ତୁ ନାହିଁ କିମ୍ବା ରହନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଣିଥାଏ ।
ତୁଳା – ତୁଳାରାଶିର ବ୍ୟକ୍ତିଙ୍କ ପାଇଁ ଦକ୍ଷିଣମୁଖି ଘର ମିଶ୍ରିତ ଫଳ ଯୋଗ ଆଣିଥାଏ ।
ବିଛା- ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ସମାଜରେ ସମ୍ମାନ ପ୍ରାପ୍ତି ପାଇଁ ବିଛାରାଶିର ବ୍ୟକ୍ତିଙ୍କୁ ଦକ୍ଷିଣମୁଖି ଘର ଚୟନ କରିବା ଆବଶ୍ୟକ ।
ଧନୁ – ଧନୁରାଶିର ବ୍ୟକ୍ତିଙ୍କ ପାଇଁ ଏଭଳି ଘର ତାଙ୍କର ସନ୍ତାନମାନଙ୍କ ପାଇଁ ଶୁଭ ହୋଇଥାଏ । ସନ୍ତାନମାନେ ଉଚ୍ଚଶିକ୍ଷା ଲାଭ କରିବା ସହିତ କର୍ମକ୍ଷେତ୍ରରେ ସମ୍ମାନ ପାଇଥାନ୍ତି ।
ମକର – ଏଭଳି ଘରେ ରହିବା ଯୋଗୁଁ ଧନସମ୍ପତ୍ତି ପ୍ରାପ୍ତ ହୋଇଥାଏ । କିନ୍ତୁ ବ୍ୟକ୍ତିତ୍ୱର ବିକାଶ ବାଧାପ୍ରାପ୍ତ ହୁଏ ।
କୁମ୍ଭ – ଦକ୍ଷିଣମୁଖି ଘର କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅଧିକ ସଂଘର୍ଷ ଆଣିଥାଏ ।
ମୀନ – ମୀନରାଶିର ବ୍ୟକ୍ତିମାନଙ୍କ ପାଇଁ ଏଭଳି ଘର ଭାଗ୍ୟ ଉଦୟ କରିଥାଏ ।

Leave a Reply

Your email address will not be published. Required fields are marked *