ଶନି ଗ୍ରହଦୋଷ ଦୂର କରିବା ଏବଂ ମା’ ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ପୂଜାରେ ସାମିଲ୍ କରନ୍ତୁ ଏହି ଜିନିଷ
ଜାତକରେ ଶନି ଗ୍ରହ ଦୋଷ ଥିଲେ କିମ୍ବା ଘରର ବାସ୍ତୁ ସଠିକ୍ ନଥିଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ସାମାଜିକ, ଆର୍ଥିକ ଓ ପାରିବାରିକ ବିଫଳତା ଦ୍ୱାରା ଏହା ସ୍ପଷ୍ଟ ହୋଇଥାଏ । ତେବେ ଏ ସବୁରୁ ମୁକ୍ତି ପାଇବା ପାଇଁ ଏବଂ ସବୁକ୍ଷେତ୍ରରେ ନିଜକୁ ସଫଳ କରାଇବା ପାଇଁ କିଛି ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆପଣ ଏକ ସୁଖସମୃଦ୍ଧି ଭରା ଜୀବନ ପାଇପାରିବେ । ତେବେ ଉପାୟଟି ହେଉଛି ପୂଜା କରିବା ସମୟରେ ଆପଣ ପ୍ରତିଦିନ ପଞ୍ଚାମୃତ ପ୍ରସ୍ତୁତ କରି ଭୋଗ କରନ୍ତୁ ।
ଶାସ୍ତ୍ରରେ ପଞ୍ଚମୃତର ଅନେକ ମହତ୍ୱ ରହିଛି । ଏହାର ସେବନ ଦ୍ୱାରା ବ୍ୟକ୍ତିର ଦୁଃଖ କଷ୍ଟ ଦୂର ହେବା ସହ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ପ୍ରତିଦିନ ପୂଜା ଭୋଗ ସହିତ ପଞ୍ଚମୃତ ଭୋଗ ଲଗାନ୍ତୁ । ପୂଜା ସରିବା ପରେ ପଞ୍ଚାମୃତକୁ ପରିବାରର ସମସ୍ତ ସଦସ୍ୟଙ୍କୁ ଦେବା ସହ ଏକ ଫୁଲ କିମ୍ବା ଦୁବରେ ଏହାକୁ ଘରର ଚାରିପଟେ ସିଞ୍ଜନ କରନ୍ତୁ ଏହାଦ୍ୱାରା ଘର ଭିତରକୁ ନକାରାତ୍ମକ ଶକ୍ତି ଆସିପାରେ ନାହିଁ ଏବଂ ସମସ୍ତ ପ୍ରକାର ବାସ୍ତୁ ଦୋଷ ଦୂର ହୋଇଥାଏ । ପଞ୍ଚାମୃତ ସିଞ୍ଜନ କରିବା ପରେ ତାହା ଆପଣ କିମ୍ବା ଅନ୍ୟ ମାନଙ୍କ ପାଦ ସ୍ପର୍ଶରେ ଯେମିତି ନଆସେ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ପଞ୍ଚାମୃତ ଭୋଗ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ମଧ୍ୟ ମିଳିଥାଏ । ଫଳରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଯଦି ଆପଣ ସବୁଦିନେ ଏହି ବିଧି କରିପାରୁନାହାନ୍ତି, ତାହେଲେ ପ୍ରତ୍ୟେକ ଗୁରୁବାର ଓ ଶନିବାର ଦିନ ଏହାକୁ ନିଶ୍ଚିତ ଭାବେ ପୂଜା ବିଧିରେ ସାମିଲ୍ କରନ୍ତୁ ।