ବାସ୍ତୁଦୋଷ ଦୂର କରିବା ପାଇଁ ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ଜାଣନ୍ତୁ ଆଉ କିଛି ଟିପ୍ସ
ବାସ୍ତୁଦୋଷ ଦୂର କରିବା ପାଇଁ ଅନେକ ଉପାୟ ରହିଛି । ବାସ୍ତୁଶାସ୍ତ୍ରକାରମାନେ ସେହି ସବୁ ଉପାୟ ସମ୍ପର୍କରେ କହିଥାନ୍ତି । କିନ୍ତୁ ସେହି ସବୁ ନିୟମକୁ ମାନି ଚଳିବା କିମ୍ବା ହୋମଯଜ୍ଞାଦି କରିବା କଷ୍ଟକର ହୋଇଥାଏ । ତେବେ କିଛି ସହଜ ଓ ସରଳ ଉପାୟ ମଧ୍ୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ । ଏଭଳି ଏକ ସରଳ ଉପାୟ ହେଉଛି- ଶୁକ୍ରବାର ଦିନ ଆପଣ ନିଜ ପୂଜା ଘରେ ଓ ଡ୍ରଇଂ ରୁମ୍ରେ ସୁଗନ୍ଧିତ ଫୁଲ ରଖନ୍ତୁ । ତା’ପରଦିନ ସେହି ଫୁଲକୁ ନେଇ କୌଣସି ଜଳାଶୟରେ ପକାଇ ଦିଅନ୍ତୁ ।
କିନ୍ତୁ ମନେରଖନ୍ତୁ ସେହି ଫୁଲକୁ ବାହାରେ କିମ୍ବା କୌଣସି ଡଷ୍ଟବିନରେ ପକାନ୍ତୁ ନାହିଁ । ବାସ୍ତୁଦୋଷ ଦୂର କରିବା ପାଇଁ ଆଉ କିଛି ଟିପ୍ସ୍ ହେଉଛି –
୧- ଦକ୍ଷିଣ ଦିଗରେ ସବୁବେଳେ ଅଧିକ ଗାଢ଼ ରଙ୍ଗର ପରଦା ଲଗାନ୍ତୁ ।
୨- ଆଜିକାଲି ଭଙ୍ଗା କାଚରେ ବିଭିନ୍ନ ସୁନ୍ଦର ସୁନ୍ଦର ଘର ସଜାଇବା ପ୍ରସ୍ତୁତ କରାଯାଉଛି । ଏହା ଆକର୍ଷଣୀୟ ଦେଖାଯାଉଥିଲେ ମଧ୍ୟ କେବେ ମଧ୍ୟ ଏହାକୁ କିଣି ଘର ସଜାନ୍ତୁ ନାହିଁ । ଏହାଦ୍ୱାରା ସବୁଠାରୁ ଅଧିକ ପରିମାଣରେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ।
୩- ଘରର ଛାତ ଉପରେ ଐଶାନ୍ୟ କୋଣରେ ଏକ ତୁଳସୀ ଗଛ ରଖନ୍ତୁ । ଏଭଳି କରିବା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।