ଘର ଭିତରେ ମନ୍ଦିର ନିର୍ମାଣ କରୁଛନ୍ତି କି? ଧ୍ୟାନ ରଖନ୍ତୁ କିଛି ବିଶେଷ ବାସ୍ତୁ ଟିପ୍ସ

୧- ନୂଆ ଘର ନିର୍ମାଣ କରୁଥିଲେ ଠାକୁର ଘର ଓ ମନ୍ଦିର ନିର୍ମାଣ ପାଇଁ ଐଶାନ୍ୟ କୋଣ ସବୁଠାରୁ ଶୁଭ ।
୨- ରୋଷେଇ ଘର କିମ୍ବା ବାଥରୁମ୍ କାନ୍ଥକୁ ଲାଗିକରି ପୂଜାଘର କରନ୍ତୁ ନାହିଁ ।
୩- ସିଡ଼ି ତଳେ ମଧ୍ୟ ଠାକୁର ଘର ନିର୍ମାଣ କରିବା ଉଚିତ୍ ନୁହେଁ । ଏହା ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ ।
୪- ପୂଜା ଘରକୁ ସୂର୍ଯ୍ୟାଲୋକ ପଡ଼ିବା ଉଚିତ୍ । ନଚେତ୍ ଠାକୁର ଘରେ ସବୁବେଳେ ଲାଇଟ୍ କିମ୍ବା ଦୀପ ଜଳାଇ ରଖନ୍ତୁ । ଠାକୁର ଘର ଅନ୍ଧାର ହେବା ଦ୍ୱାରା ଘରେ ନାକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।
୫- ପୂଜା ଘରେ ମନ୍ଦିର ରଖୁଥିଲେ କାଠ, ପଥର କିମ୍ବା ପିତଳର ମନ୍ଦିର ହିଁ କିଣନ୍ତୁ । କେବେ ମଧ୍ୟ ଲୁହା କିମ୍ବା ଷ୍ଟିଲ୍ ଦ୍ୱାରା ପ୍ରସ୍ତୁତ ମନ୍ଦିର ରଖନ୍ତୁ ନାହିଁ ।
୬- ଯେଉଁ କୋଠରୀରେ ମନ୍ଦିର ରହିଛି , ସେହି କୋଠରୀ ଆଡକୁ ଗୋଡ଼ କରି ଶୁଅନ୍ତୁ ନାହିଁ । ମନ୍ଦିରକୁ କୌଣସି କପଡ଼ା ଦ୍ୱାରା ଆଚ୍ଛାଦିତ କରି ରଖନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *