ଆସୁଛି ଦୀପାବଳି, ଜାଣି ରଖନ୍ତୁ ଜୋତା ସମ୍ପର୍କିତ କିଛି ଟିପ୍ସ

ଦୀପାବଳି ପାଇଁ ଏବେ ସମସ୍ତେ ଘର ସଫାରେ ବ୍ୟସ୍ତ । ଘର ସଫା କରିବା ସମୟରେ ପ୍ରାୟ ବ୍ୟକ୍ତି ଘରର ଜୋତା ଷ୍ଟାଣ୍ଡ୍ ଉପରେ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ସୁଖସମୃଦ୍ଧି ବୃଦ୍ଧି କ୍ଷେତ୍ରରେ ଜୋତାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘର ସଫା କରିବା ସମୟରେ ଜୋତା ସମ୍ପର୍କିତ କିଛି ତଥ୍ୟ ଜାଣିରଖିବା ନହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା –

୧- ଦୀପାବଳି ପୂର୍ବରୁ ଘରେ ଥିବା କୌଣସି ଛିଣ୍ଡା ଚପଲ ବା ଜୋତାକୁ ବାହାରେ ଫୋପାଡ଼ି ଦିଅନ୍ତୁ । ଛିଣ୍ଡା ଜୋତା ପିନ୍ଧିବା ଦ୍ୱାରା କିମ୍ବା ଘରେ ଥିବା ଦ୍ୱାରା ଆର୍ଥିକ ସଙ୍କଟ ଓ କଳହ ଓ ବିଫଳତା ଲାଗି ରହିଥାଏ ବୋଲି ବିଶ୍ୱାସ ରହିଛି ।

୨- ଗାଡ଼ି କିମ୍ବା ଘର ଉପରେ କୁଦୃଷ୍ଟି ନପଡ଼ିବା ପାଇଁ ଘର ସାମନାରେ ଗୋଟିଏ ଛିଣ୍ଡା ଚପଲ ଲଗାଯାଇଥାଏ । ଦୀପାବଳି ପୂର୍ବରୁ ତାହାକୁ ଘର ସାମନାରୁ ହଟାଇ ଦିଅନ୍ତୁ । ଦୀପାବଳି ପରେ ପୁଣି ଆପଣ ତାହାକୁ ଲଗାଇ ପାରିବେ । କିନ୍ତୁ ଦୀପାବଳି ଦିନ ତାହାକୁ ନିଶ୍ଚୟ ଭାବେ ବାହାର କରନ୍ତୁ ।

୩- ଓଲଟା ଜୋତା ଦେଖିବା ଶୁଭ ନୁହେଁ ବୋଲି ବିଶ୍ୱାସ ରହିଛି । ତେଣୁ ଦୀପାବଳି ପୂର୍ବରୁ ଘରର ଜୋତାଷ୍ଟାଣ୍ଡ୍ ସଫା କରି ଜୋତାକୁ ସମାନ ଭାବରେ ରଖନ୍ତୁ । ଦୀପାବଳି ଦିନ ଜୋତାଷ୍ଟାଣ୍ଡକୁ ଘରର ବାହାରେ ଗୋଟିଏ ସାଇଡରେ ରଖନ୍ତୁ ।

୪- ଦୀପାବଳି ପୂର୍ବରୁ ନୂଆ ଜୋତା କିଣି ବ୍ୟବହାର କରିବା ଶୁଭ ହୋଇଥାଏ ।ପୁରୁଣା ଓ ମଇଳା ଜୋତାକୁ ଗଦା କରି ରଖନ୍ତୁ ନାହିଁ । ସେସବୁକୁ ଦୀପାବଳି ପୂର୍ବରୁ ସଫା କରି ଜୋତାଷ୍ଟାଣ୍ଡରେ ସଜାଇ ରଖନ୍ତୁ ।

୫- ସମସ୍ତ ନକାରାତ୍ମକ ଶକ୍ତି ଜୋତାରେ ରହିଥାଏ ବୋଲି ବାସ୍ତୁଶାସ୍ତ୍ରକାରମାନେ କହିଥାନ୍ତି । ତେଣୁ ଅନ୍ୟକାହାର ଜୋତା ପିନ୍ଧନ୍ତୁ ନାହିଁ କିମ୍ବା ଘରର କବାଟ ସାମନାରେ ଅନ୍ୟ କେଉଁ ବାହାର ବ୍ୟକ୍ତିର ଜୋତା ରଖିବାକୁ ଦିଅନ୍ତୁ ନାହିଁ ।

୬- ଦୀପାବଳିରେ ଅନେକ ବ୍ୟକ୍ତି ପାର୍ଟିର ଆୟୋଜନ କରିଥାନ୍ତି । ତେଣୁ ଅତ୍ୟନ୍ତ ସେହି ଗୋଟିଏ ଦିନ ଯେତିକି ସମ୍ଭବ ଜୋତା ପିନ୍ଧି ଖାଆନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *