ବାସ୍ତୁର ଏହି ୫ଟି ନିୟମ ଦ୍ୱାରା ଦୂର ହେବ ନକାରତ୍ମକ ଶକ୍ତି

ଆମର ଦୈନନ୍ଦୀନ ଦିନଚର୍ଯ୍ୟାରେ ଏଭଳି କିଛି କାମ ରହିଛି, ଯାହାଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ବାସ୍ତୁର ପ୍ରତ୍ୟେକ ନିୟମକୁ ମାନି ଚଳିବା ସମ୍ଭବ ନୁହେଁ । ତେଣୁ ମୁଖ୍ୟତଃ ୫ଟି ନିୟମ ରହିଛି, ଯାହାକୁ ଆପଣାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ସହିତ ଘରେ ଆର୍ଥିକ ସଙ୍କଟ ରହେନାହିଁ ଏବଂ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ସେହି ୫ଟି ନିୟମ ହେଉଛି –

୧- ଆଲମାରୀ ପାଖରେ କିମ୍ବା ଠାକୁର ଘରେ ଝାଡ଼ୁ ରଖନ୍ତୁ ନାହିଁ । ପୁରୁଣା ଡ୍ରେସ୍ କିମ୍ବା ଚିରାପଟା ଡ୍ରେସର ଗଣ୍ଠଲିକୁ ଆଲମାରୀ ଉପରେ ରଖନ୍ତୁ ନାହିଁ ।

୨- ସପ୍ତାହରେ ଗୋଟିଏ ଦିନ ପାଣିରେ ଲୁଣ ପକାଇ ଘର ପୋଛନ୍ତୁ । ଲୁଣ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ।

୩- ବେଡରୁମରେ ଭଗବାନଙ୍କର କିମ୍ବା ଦେବୀଙ୍କର କୌଣସି ଫଟୋ ଲଗାନ୍ତୁ ନାହିଁ । ଏଭଳି କଲେ ଘରେ କଳହ ଓ ଆର୍ଥିକ ସଙ୍କଟ ଦେଖାଦେଇଥାଏ ।

୪- ଘରର ଐଶାନ୍ୟ କୋଣରେ ଗୋଟିଏ ବାଉଲରେ ଲୁଣ ରଖନ୍ତୁ । ପ୍ରତିଦିନ ସେହି ଲୁଣକୁ ବଦଳାନ୍ତୁ ।

୫- ବାଥରୁମ୍ ଓ ଲାଟିନର କବାଟ କେବେ ମଧ୍ୟ ଖୋଲା ରଖନ୍ତୁ ନାହିଁ । ଯଦି ସମ୍ଭବ ହୁଏ ଏହି କବାଟ ସାମନାରେ ପରଦା ମଧ୍ୟ ଲଗାନ୍ତୁ । 

Leave a Reply

Your email address will not be published. Required fields are marked *