ରୋଷେଇ ଘରେ ରଖନ୍ତୁ ନାହିଁ ଏହି ୨ଟି ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ
ରୋଷେଇ ଘରର ବାସ୍ତୁ ଠିକ୍ ଥିଲେ ମଧ୍ୟ ଏମିତି କିଛି ଜିନିଷ ରହିଛି ଯାହାକୁ ରୋଷେଇ ଘରେ ରଖିବା କାରଣରୁ ଦାରିଦ୍ର୍ୟତା ସୃଷ୍ଟି ହୋଇଥାଏ । ଘରେ କଳହ ସହିତ ସାମାଜିକ ସ୍ତରର ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ । ସବୁ କାର୍ଯ୍ୟରେ ବିଫଳତାର ସାମନା କରିବାକୁ ପଡ଼ଥାଏ । ବାସ୍ତୁଶାସ୍ତ୍ରକାରମାନେ ମଧ୍ୟ ଏହି ୨ଟି ଜିନିଷକୁ ରୋଷେଇ ଘରେ ରଖିବା ପାଇଁ ଶକ୍ତ ବାରଣ କରିଥାନ୍ତି ।
ତେବେ ସେହି ୨ଟି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଡଷ୍ଟବିନ୍ । ଅନେକ ମହିଳା ପରିବା ଚୋପା ଓ ବାସି ଖାଦ୍ୟ ପକାଇବା ପାଇଁ ଡଷ୍ଟବିନକୁ ରୋଷେଇ ଘରେ ହିଁ ରଖିଥାନ୍ତି । କିନ୍ତୁଏଭଳି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାରୁ ଆପଣ ବଂଚିତ ରହନ୍ତି । ତେଣୁ ଡଷ୍ଟବିନକୁ ଆପଣ ସବୁବେଳେ ରୋଷେଇ ଘର ବାହାରେ ହିଁ ରଖନ୍ତୁ । ଦ୍ୱିତୀୟଟି ହେଉଛି ଝାଡ଼ୁ । ପ୍ରଥମେ ରୋଷେଇ ଘରେ ହିଁ ଝାଡ଼ୁ ଲଗାନ୍ତୁ ଏବଂ ତା’ପରେ ଅନ୍ୟ ଘର ଝାଡ଼ୁ କରନ୍ତୁ । ଘର ସଫା କରିବା ପରେ ଝାଡ଼ୁକୁ ଆଣି ରୋଷେଇ ଘରେ କିମ୍ବା ରୋଷେଇ ଘରର କବାଟ ପାଖରେ ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ସବୁବେଳେ ଆର୍ଥିକ ସଙ୍କଟ ଦେଖାଯିବା ସହ ପରିବାର ସଦସ୍ୟ ରୋଗାକ୍ରାନ୍ତ ହୋଇଥାନ୍ତି । ତେଣୁ ସବୁବେଳେ ଏହି ଦୁଇଟି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ପରିବାରର ସୁଖସମୃଦ୍ଧି ବୃଦ୍ଧି କରନ୍ତୁ ।











