କିଭଳି ସଜାଇବେ କିଚେନ୍
ବାସ୍ତୁ ନିୟମ ଅନୁଯାୟୀ ରୋଷେଇ ଘର ନିର୍ମାଣ କରିଦେଲେ ବାସ୍ତୁ ଦୋଷ ଲାଗିବ ନାହିଁ, ଏହା ଭାବିବା ଭୁଲ୍ । ରୋଷେଇ ଘରେ କେଉଁ ଜିନିଷ କେଉଁଠି ରହିବା ଉଚିତ୍, ସେ ସମ୍ପର୍କରେ ମଧ୍ୟ ଅନେକ ନୀତିନିୟମ ରହିଛି । ଏହାକୁ ମାନି ଚଳିବା ଦ୍ୱାରା ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରଜ୍ଞମାନେ କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା:
୧- ଗ୍ୟାସଚୂଲା, ଷ୍ଟୋଭ୍ ଓ କୁକିଙ୍ଗ୍ ରେଞ୍ଜକୁ ରୋଷେଇ ଘରର ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍ । ରୋଷେଇ କରୁଥିବା ବ୍ୟକ୍ତିର ମୁହଁ ଯେପରି ପୂର୍ବ ଦିଗକୁ ରହୁଥିବ, ତାହା ପ୍ରତି ଧ୍ୟାନ ଦିଅନ୍ତୁ ।
୨- ପାଣି ସମ୍ବନ୍ଧୀୟ ସମସ୍ତ ଜିନିଷ ଉତ୍ତର-ପୂର୍ବ ଦିଗରେ ଏବଂ ବିଜୁଳି ଉପକରଣ ଦକ୍ଷିଣ ଦିଗରେ ରଖନ୍ତୁ । ଫ୍ରିଜକୁ ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖାଯାଇପାରିବ ।
୩- ଖାଦ୍ୟ ପଦାର୍ଥ, ମସଲା ଡବା ଓ ରୋଷେଇ ପ୍ରସ୍ତୁତ କରିବା ପାଇଁ ଡଙ୍କି, ପିଠାପାତିଆ ଇତ୍ୟାଦି ଉପକରଣ ଗୁଡ଼ିକୁ ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖାଯିବା ଉଚିତ୍ ।
୪- ରୋଷେଇ ଘରର କବାଟ ଉତ୍ତର, ପୂର୍ବ କିମ୍ବା ପଶ୍ଚିମ ଦିଗରେ ଖୋଲୁଥିବା ଉଚିତ୍ । ରୋଷେଇ ଘରେ ଥିବା ଏକଜଷ୍ଟ୍ ଫ୍ୟାନ୍ ପୂର୍ବ କିମ୍ବା ଉତ୍ତର କାନ୍ଥରେ ଲଗାଯିବା ବାସ୍ତୁ ଅନୁଯାୟୀ ସଠିକ୍ ।