ଗର୍ଭବତୀମାନେ ବାସ୍ତୁ କୁପ୍ରଭାବରୁ ମୁକ୍ତି ପାଇବେ କିପରି, ଜାଣି ରଖନ୍ତୁ

ଜଣେ ଗର୍ଭବତୀଙ୍କ ପାଇଁ ଅନେକ କିଛି ନୀତି ନିୟମ ରହିଛି । ସୁସ୍ଥ ଓ ସୁନ୍ଦର ସନ୍ତାନଟିଏ ପାଇବାକୁ ହେଲେ ସେହି ସବୁ ନିୟମ ମାନିବା ନିହାତି ଆବଶ୍ୟକ । ସେଥିପାଇଁ ପରିବାରର ସମସ୍ତ ସଦସ୍ୟ ଗର୍ଭବତୀଙ୍କ ଯତ୍ନ ନେଇଥାନ୍ତି । କିନ୍ତୁ ହୁଏତ ଆପଣ ଜାଣିନଥିବେ ଯେ ଗର୍ଭବତୀଙ୍କ ପାଇଁ କିଛି ବାସ୍ତୁ ଟିପ୍ସ ମଧ୍ୟ ରହିଛି । ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ସେହି ସବୁ ଟିପ୍ସ ମାନିବା ଜଣେ ଗର୍ଭବତୀଙ୍କ ପାଇଁ ଶୁଭ ଫଳଦାୟୀ । ଏହାଦ୍ୱାରା ସନ୍ତାନ ସୁସ୍ଥ, ସୁନ୍ଦର ଓ ସୌଭାଗ୍ୟଲାଭ କରିଥାଏ । ସେସବୁ ଟିପ୍ସଗୁଡ଼ିକ ହେଉଛି –
୧- ଗର୍ଭାବସ୍ଥା ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବରୁ ମୁକ୍ତ ହେବା ପାଇଁ ଘରେ ମୟୁର ପର ଲଗାଇବା ଉଚିତ୍ ।
୨- ଘର ଭିତରେ ଓ ବାହାରେ ହଳଦିଆ ଚାଉଳ ପକାଇବା ଅତ୍ୟନ୍ତ ଶୁଭ । ଏହାଦ୍ୱାରା ନକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରେ ନାହିଁ ବୋଲି ବିଶ୍ୱାସ ରହିଛି ।
୩- ବିଶେଷ ଭାବେ ଗର୍ଭବତୀଙ୍କ ଶୟନ କକ୍ଷ ଓ ଅନ୍ୟ କୋଠରୀଗୁଡ଼ିକରେ ହାଲ୍କା ରଙ୍ଗ ବ୍ୟବହାର କରିବା ଭଲ । କାରଣ ହାଲ୍କା ରଙ୍ଗ ମନକୁ ଶାନ୍ତ ରଖିବାରେ ସହାୟକ ।
୪- ଗର୍ଭାବସ୍ଥା ସମୟରେ ନକାରାତ୍ମକ ଶକ୍ତି ପ୍ରତି ଅଧିକ ଆକର୍ଷିତ ଦେଖାଯାଏ । ତେଣୁ ଗର୍ଭବତୀ ମହିଳା ସବୁ ସମୟରେ ନିଜ ପାଖରେ କୌଣସି ଲୁହା କିମ୍ବା ତମ୍ବା ଜିନିଷ ରଖିବା ଉଚିତ୍ ।
୫- ଗର୍ଭାବସ୍ଥା ସମୟରେ ମହିଳାମାନେ ଦକ୍ଷିଣଦିଗକୁ ଗୋଡ଼ କରି ଶୁଅନ୍ତୁ ନାହିଁ ।
୬- ମହାଭାରତ, ହ୍ରିଂସକ ପଶୁ କିମ୍ବା ଜଙ୍ଗଲର କୌଣସି ଚିତ୍ର କାନ୍ଥରେ ଲଗାଇବା ବଦଳରେ ଆଣ୍ଠୁଆ ଗୋପାଳଙ୍କ ବିିଭନ୍ନ ଚିତ୍ର ଆଣି ସବୁବେଳେ ନଜର ପଡ଼ୁଥିବା ଭଳି ସ୍ଥାନମାନଙ୍କରେ ଲଗାନ୍ତୁ ।

ଗର୍ଭବତୀ ହେବାକୁ ସେକ୍ସ-ଡାଏଟ-ଏକ୍ସରସାଇଜ

http://odishatime.com/pregancy/

ସୁପ୍ରିମକୋର୍ଟଙ୍କ ସନ୍ଦେହ ସତ୍ୟ ପ୍ରମାଣିତ : ରାଜ୍ୟର ୨୧ପ୍ରତିଶତ ନାବାଳିକା ୧୮ବର୍ଷରୁ କମ‍୍‌ ବୟସରେ ଗର୍ଭବତୀ

http://odishatime.com/21-girl-prgnant-under-18-age/

Leave a Reply

Your email address will not be published. Required fields are marked *