ଏହିସବୁ ଜିନିଷ ଡେଇଁ ଯାଆନ୍ତୁ ନାହିଁ, ହୋଇଯିବେ କାଙ୍ଗାଳ

ଆମେ ରାସ୍ତାରେ ଯାଉଥିବା ସମୟରେ ଏଭଳି କିଛି ଜିନିଷ ପଡ଼ିଥିବାର ଦେଖିଥାଉ, ଯାହାକି ଶୁଭ ନୁହେଁ । ସେହି କ୍ଷେତ୍ରରେ ଆମେ ସମସ୍ତେ ଉପାୟଶୂନ୍ୟ । କିନ୍ତୁ ଏଭଳି କିଛି ଜିନିଷ ରହିଛି, ଯାହାକୁ ଆମେ ଡେଇଁ କିମ୍ବା ତା’ ଉପରେ ପାଦ ରଖି କିମ୍ବା ତା’ ଉପରେ ଗାଡ଼ି ଚଲାଇ ଯାଇଥାଉ । ଏଭଳି କରିବା ଦ୍ୱାରା ଆମ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ । ଘରେ ଆର୍ଥିକ ସଙ୍କଟ ଦେଖାଯିବା ସହିତ ସବୁବେଳେ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହେ । ପ୍ରତ୍ୟେକ କାର୍ଯ୍ୟରେ ବିଫଳତା ଲାଗିରହିବା ଏବଂ ସମାଜରେ ସମ୍ମାନ ହ୍ରାସ ହେବା ମଧ୍ୟ ଏହା ଯୋଗୁଁ ହୋଇଥାଏ ବୋଲି ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରକାରମାନେ ମତ ଦେଇଥାନ୍ତି ।

ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷଗୁଡ଼ିକ କ’ଣ-
୧- ଗାଡ଼ି ପୂଜା ହେବା ସମୟରେ ଲେମ୍ବୁକୁ ଚକ ତଳେ ରଖାଯାଇଥାଏ । ସେହି ଲେମ୍ବୁକୁ କେବେ ମଧ୍ୟ ସ୍ପର୍ଶ କରନ୍ତୁ ନାହିଁ କିମ୍ବା ତା’ ଉପରେ ଡେଇଁକରି ଯାଆନ୍ତୁ ନାହିଁ । ଗାଡ଼ିରେ ଯିବା ସମୟରେ ମଧ୍ୟ ଏହାକୁ ଧ୍ୟାନ ରଖନ୍ତୁ ।
୨- ଘର, ଅଫିସ୍ କିମ୍ବା କୌଣସି ଦୋକାନର ମୁଖ୍ୟ ଦ୍ୱାରରେ ଲେମ୍ବୁ ଓ ଲଙ୍କାକୁ ମାଳା କରି ଲଗାଯାଇଥାଏ । ସେହି ମାଳାକୁ ଅନେକ ଜଣ ରାସ୍ତା ଉପରକୁ ଫୋପାଡ଼ି ଦେଇଥାନ୍ତି । ତାହାକୁ ଆଦୌ ଡେଇଁ କିମ୍ବା ଚକଟି ଯାଆନ୍ତୁ ନାହିଁ ।
୩- ଅନେକ ଲୋକ ଘର ଓଳାଇବା ପରେ ଅଳିଆକୁ ରାସ୍ତାରେ ପକାଇ ଦିଅନ୍ତି । ଯଦି ଆପଣ ଏହାକୁ ଦେଖୁଛନ୍ତି ତବେ ଏହାକୁ ଡେଇଁ ଯାଆନ୍ତୁ ନାହିଁ ।
୪- ଲୁଗାସଫା ପାଣି, ଗାଧୋଇବା ପାଣି ଓ ରାସ୍ତାରେ ପଡ଼ିଥିବା ଅଡ଼ୁଆ କେଶକୁ ମଧ୍ୟ ଡେଇଁ କରି କିମ୍ବା ଚକଟି ଯିବା ଶୁଭ ନୁହେଁ ।
୫- ଛିଣ୍ଡା ଚପଲକୁ ଆଦୌ ଡେଇଁ ଯାଆନ୍ତୁ ନାହିଁ ।
୬- ହୋମଯଜ୍ଞର ସାମଗ୍ରୀ ଓ ପୂଜା ଫୁଲରେ ମଧ୍ୟ ପାଦ ସ୍ପର୍ଶ କରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *