ରାତିରେ କରିଦିଅନ୍ତୁ ଏହି କାମ, ଦୂର ହେବ ସମସ୍ତ ନକାରାତ୍ମକ ଶକ୍ତି

ବାସ୍ତୁଦୋଷ ଓ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ପୂଜାବ୍ରତ କିମ୍ବା ଅନେକ ପ୍ରକାର ବାସ୍ତୁ ଟିପ୍ସ ଆପଣାଇଥାନ୍ତି । କିନ୍ତୁ ସବୁବେଳେ ସେହି ସବୁ ବାସ୍ତୁ ନିମୟକୁ ମାନି ଚଳିବା ସମ୍ଭବ ନଥାଏ । ତେଣୁ ଗୋଟିଏ ସରଳ ଓ ସହଜ ଉପାୟ ରହିଛି, ଯାହାକୁ ମାନିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବା ସହିତ ସମସ୍ତ ବାସ୍ତୁଦୋଷ କଟିଥାଏ ବୋଲି ବାସ୍ତୁଶାସ୍ତ୍ରକାରମାନେ ମତ ଦେଇଛନ୍ତି ।

ଆସନ୍ତୁ ଜାଣିବା –
ଶୋଇବା ପୂର୍ବରୁ ଆପଣ କେବଳ ଗୋଟିଏ କାମ କରିଦିଅନ୍ତୁ, ଯାହାଦ୍ୱାରା ଘରେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ । ଏହି ଉପାୟ ଦ୍ୱାରା ଘରେ ପୂର୍ବରୁ ଥିବା ନକାରାତ୍ମକ ଶକ୍ତି ଓ ବାସ୍ତୁ ଦୋଷ ମଧ୍ୟ ଦୂର ହେବ । ଉପାୟଟି ହେଉଛି ଶୋଇବା ପୂର୍ବରୁ ଗାଧୁଆ ଘରେ ଓ ରୋଷେଇଘରେ ଥିବା ବାଲଟିରେ ପାଣି ଭର୍ତ୍ତି କରି ରଖନ୍ତୁ । କେବଳ ଏହି ଗୋଟିଏ କାମ କରିବା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇପାରିବ ନାହିଁ ।

Leave a Reply

Your email address will not be published.