ଶଶାଙ୍କ ଖେତନଙ୍କ ଆଗାମୀ ଫିଲ୍ମରେ ବରୁଣ

ଶଶାଙ୍କ ଖେତନଙ୍କ ନାଁ ଶୁଣିଲେ ‘ଦୁଲହନିଆ’ ଫ୍ରାଞ୍ଚଇଜର ‘ହମ୍ପଟି ଶର୍ମାକି ଦୁଲହନିଆ’ ଓ ‘ବଦ୍ରିନାଥ୍ କି ଦୁଲହନିଆ’ ଫିଲ୍ମର ଷ୍ଟାରକାଷ୍ଟ୍ ମନେ ପଡ଼ିଯାଏ । ମୁଖ୍ୟ ନାୟକ ଭାବେ ବରୁଣଙ୍କ ଅଭିନୀତ ଏହି ଦୁଇଟି ଫିଲ୍ମ ବକ୍ସ ଅଫିସରେ ବେଶ୍ ସଫଳତା ହାସଲ କରିଥିଲା । ଏବେ ଖବର ମିଳିଛି ଯେ ଶଶାଙ୍କ ତାଙ୍କର ଆଗାମୀ ଫିଲ୍ମ ପାଇଁ ପୁଣିଥରେ ବରୁଣଙ୍କୁ ସାଇନ୍ କରିବାକୁ ମନସ୍ଥ କରିଛନ୍ତି । କିନ୍ତୁ ଏହା ‘ଦୁଲହନିଆ’ ଫ୍ରାଞ୍ଚଇଜର ଆଗାମୀ ଫିଲ୍ମ ନୁହେଁ ।

ମିଡିଆ ରିପୋର୍ଟ ଅନୁଯାୟୀ ଖେତାନଙ୍କ ଆଗାମୀ ଫିଲ୍ମରେ ବରୁଣଙ୍କ ସହିତ ଭୂମି ପେଡନେକର୍ ଓ କିୟାରା ଆଡଭାନି ମଧ୍ୟ ସ୍କ୍ରୀନ୍ ସେୟାର୍ କରିବେ । କରଣ ଜୋହରଙ୍କ ଧର୍ମା ପ୍ରଡକସନ୍ ହାଉସ୍ ପକ୍ଷରୁ ଫିଲ୍ମଟିକୁ ପ୍ରସ୍ତୁତ କରାଯିବ । କିନ୍ତୁ ଫିଲ୍ମର ନାଁ କ’ଣ ରଖାଯିବ, ତାହା ଏ ପର୍ଯ୍ୟନ୍ତ ସ୍ଥିର ହେଇନାହିଁ । ତେବେ ବରୁଣ, ଭୂମି ଓ କିୟାରାଙ୍କ ଭଳି ଷ୍ଟାରକାଷ୍ଟ ସମ୍ପର୍କରେ ଜାଣିବା ପରେ ଏହା କୌଣସି ରୋମାଣ୍ଟିକ୍ ଫିଲ୍ମ ହୋଇପାରେ ବୋଲି ସିନେ ମହଲରେ ଚର୍ଚ୍ଚା ହେଉଛି । ଗୋଟିଏ ସ୍କ୍ରୀନରେ ବରୁଣ, ଭୂମି ଓ କିୟାରାଙ୍କୁ ଦେଖିବା ସିନେପ୍ରେମୀଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ଫିଲ୍ମଟିମ୍ ଆଶା ବାନ୍ଧିଛନ୍ତି ।

Leave a Reply

Your email address will not be published. Required fields are marked *