ଫାଷ୍ଟକ୍ଲାସ୍ ଡ୍ୟାନ୍ସ କଲେ ବରୁଣ, ଭିଡିଓ ଭାଇରାଲ୍
ନିକଟରେ ବରୁଣ ଧୱନ୍ ତାଙ୍କ ସାଙ୍ଗର ସଙ୍ଗୀତ ସେରିମନିରେ ‘କଳଙ୍କ’ର ଗୀତ ‘ଫାଷ୍ଟକ୍ଲାସ୍.,’ ରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ବରୁଣଙ୍କ ଏହି ଜବରଦସ୍ତ ପରଫରମାନ୍ସର ଝଲକ ରହିଥିବା ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ବରୁଣଙ୍କ ପ୍ରଶଂସକ ଡ୍ୟାନ୍ସର ଭୁରିଭୁରି ପ୍ରଶଂସା କରିବା ସହ ବରୁଣଙ୍କ ପାଇଁ ମେସେଜ୍ ସେୟାର୍ କରିଛନ୍ତି – ‘ଫାଷ୍ଟକ୍ଲାସ୍ ସଙ୍ଗ୍ ଆଣ୍ଡ୍ ଫାଷ୍ଟକ୍ଲାସ୍ ଡ୍ୟାନ୍ସ’ । ମିଡିଆ ରିପୋର୍ଟ ଅନୁଯାୟୀ ଶନିବାର ଦିନ ବରୁଣ ତାଙ୍କର ସାଙ୍ଗ ପୂଜା ଓ ଅଂଶୁଲଙ୍କ ସଙ୍ଗୀତ ସେରିମନି ପାର୍ଟିରେ ସାମିଲ୍ ହୋଇଥିଲେ । ବରୁଣଙ୍କ ସହିତ ଥିଲେ ଗାର୍ଲଫ୍ରେଣ୍ଡ୍ ନତାଶା । ବରୁଣ ଗ୍ରେ ରଙ୍ଗର ଥ୍ରୀପିସ୍ କ୍ୟାରି କରିଥିବାବେଳେ ପର୍ପଲ୍ ରଙ୍ଗର ସରାରାରେ ନତାଶାଙ୍କ ଲୁକ୍ ଖୁବ୍ ସୁନ୍ଦର ଲାଗୁଥିଲା ।
‘କଳଙ୍କ’ ଫିଲ୍ମର ‘ଫାଷ୍ଟକ୍ଲାସ୍…’ ଗୀତଟି ଏବେ ଯୁବପିଢିଙ୍କ ଟ୍ରେଣ୍ଡରେ ରହିଛି । ତେଣୁ ଏଥିରେ ବରୁଣଙ୍କ ଅଫସ୍କ୍ରୀନ୍ ପରଫରମାନ୍ସ ଯୁବପିଢିଙ୍କ ପାଇଁ ଦୁଇଗୁଣା ଖୁସି ନେଇଆସିଛି । ବରୁଣଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ୩ଡି’ ଆଗାମୀ ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ବରୁଣ ଜଣେ ପଞ୍ଜାବୀ ଭାବେ ପରଦା ଉପରକୁ ଆସିବେ ଏବଂ ତାଙ୍କ ବିପକ୍ଷର ନାୟିକା ସାଜିଥିବା ଶ୍ରଦ୍ଧା କପୁର୍ ଜଣେ ପାକିସ୍ତାନୀ ଡ୍ୟାନ୍ସର୍ ଭୂମିକାରେ ଅଛନ୍ତି ।