୧୨୦କୋଟିର ମାଲିକ ବରୁଣ, ଏଥର ଜନ୍ମଦିନ ଉପହାର ‘କୁଲି ନଂ୧’ର ରିମେକ୍
ଆଜି (୨୪ଏପ୍ରିଲ୍) ବଲିଉଡର ମୋଷ୍ଟ୍ ହ୍ୟାଣ୍ଡସମ୍ ଓ ଷ୍ଟାଇଲ୍ ଆଇକନ୍ ବରୁଣ ଧୱନ ୩୨ତମ ଜନ୍ମଦିନ ପାଳନ କରିଛନ୍ତି । ପ୍ରଶଂସକଙ୍କ ପକ୍ଷରୁ ବରୁଣଙ୍କୁ ଜନ୍ମଦିନ ଶୁଭେଚ୍ଛାର ଅନେକ ମେସେଜ୍ ମିଳିଥିବାବେଳେ ଏଥର ଜନ୍ମଦିନ ଉପହାର ଭାବେ ତାଙ୍କୁ ଆଉ ଏକ ବ୍ଲକବଷ୍ଟର୍ ଫିଲ୍ମର ରିମେକ୍ ଅଫର୍ ମିଳିଛି । ଏହି ଉପହାର ଦେଇଛନ୍ତି ବରୁଣଙ୍କ ବାପା ଡେଭିଡ୍ ଧୱନ୍ । ୯୦ ଦଶକରେ ଗୋବିନ୍ଦା ଓ କରିସ୍ମାଙ୍କ ଅଭିନୀତ କମେଡ଼ି ଫିଲ୍ମ ‘କୁଲି ନଂ୧’ ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରିଥିଲା । ମାତ୍ର ୩.୫ କୋଟି ବଜେଟରେ ପ୍ରସ୍ତୁତ ଏହି ଫିଲ୍ମ ବକ୍ସ ଅଫିସରେ ସେହି ସମୟରେ ୨୩ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଆଗାମୀ ଦିନରେ ଏହି ଫିଲ୍ମର ରିମେକରେ ବରୁଣ ଧୱନଙ୍କ ସହିତ ସାରା ଅଲ୍ଲୀ ଖାନ୍ ନଜର ଆସିବେ ।
କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର୍’ରୁ ବଲିଉଡ୍ ଡେବ୍ୟୁ କରିଥିବା ବରୁଣ ନିଜ ଅଭିନୟ ଦକ୍ଷତା ବଳରେ ଆଜିର ତାରିଖରେ ୟଙ୍ଗ୍ ଓ ରାଇଜିଙ୍ଗ୍ ତାରକା ତାଲିକାର ସର୍ବୋଚ୍ଚ ସ୍ଥାନ ଅଧିକାର କରିପାରିଛନ୍ତି । ବର୍ଷକୁ ତାଙ୍କର ହାରାହାରି ଇନକମ୍ ହେଉଛି ୩୫ କୋଟି ଟଙ୍କା । ମାତ୍ର ୬ ବର୍ଷ ମଧ୍ୟରେ ସେ ୧୨୦ କୋଟିରୁ ଊଦ୍ଧ୍ୱର୍ ସମ୍ପତ୍ତିର ମାଲିକ ହୋଇସାରିଛନ୍ତି । ଗତବର୍ଷ ବରୁଣ ୨୦ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ୍ ହାଉସ୍ କିଣିଥିଲେ । ଗାଡ଼ିର ସଉକିନ୍ ବରୁଣଙ୍କ ପାଖରେ ଅନେକ ଦାମୀ ଗାଡ଼ିର କଲେକସନ୍ ରହିଛି, ଯେଉଁଥିରେ ଅଡ଼ିକ୍ୟୁ୭ ମଧ୍ୟ ସାମିଲ୍ ହୋଇଛି । ବରୁଣ ତାଙ୍କର ଆଗାମୀ ଫିଲ୍ମ ‘ଏବିସିଡି୩’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ତାଙ୍କର ଫି’ ରହିଛି ୨୧ କୋଟି ଟଙ୍କା ।