#Vaccine Hunt: ଦେଶର ୧୪ ଗବେଷଣା ପ୍ରକଳ୍ପରେ ଅଗ୍ରସର ହେଉଛି ଟିକା ଖୋଜା ଅଭିଯାନ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପୃଥିବୀର ପ୍ରାୟ୧୫୦ ଦେଶକୁ ବିଭିନ୍ନ ଭୁତାଣୁ ଓ ଜୀବାଣୁ ପ୍ରବେଶକୁ ନିଷିଦ୍ଧ କରିବା ଲାଗି ଟିକା ଯୋଗାଉଥିବା ଭାରତରେ କରୋନା ଭୁତାଣୁ ପ୍ରତିରୋଧ ଟିକା ଖୋଜା ଅଭିଯାନ ଜୋରଦାର ଚାଲିଛି। ବିଭନ୍ନ ସହରରେ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ, ଗବେଷଣା ସଂସ୍ଥା ଏବଂ ଫାର୍ମା କମ୍ପାନୀ ଏଥିଲାଗି ଯତ୍ନବାନ ହେଉଛନ୍ତି।
ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଏବଂ ବିଜ୍ଞାନଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଦେଶର ୮ଟି ସହରରେ କାର୍ଯ୍ୟ କରୁଥିବା ୧୪ଟି ପ୍ରକଳ୍ପ ଏ ବାବଦରେ ଯଥେଷ୍ଟ ଅଗ୍ରଗତି କରିଛନ୍ତି। ଗୋଟିଏ ପ୍ରକଳ୍ପ କ୍ଲିକାଲ୍ ଟ୍ରାଏଲ ପାଇଁ ପ୍ରସ୍ତୁତ ହୋଇଥିବା କୁହାଯାଇଛି।
ଏହି ୧୪ ଟି ପ୍ରକଳ୍ପରୁ ୭ଟି ପ୍ରକଳ୍ପ ମହାରାଷ୍ଟ୍ରର ପୁନେ ଏବଂ ତେଲେଙ୍ଗାନାର ହାଇଦ୍ରାବାଦ ଭିତ୍ତିକ ଅନୁଷ୍ଠାନରେ କାର୍ଯ୍ୟ କରୁଛି। ସେହିପରି ଗୁଜରାଟ, ତାମିଲ୍ନାଡ଼ୁ, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, କେରଳ ଏବଂ ପଞ୍ଜାବରେ ଗୋଟିଏ ଲେଖାଏଁ ପ୍ରକଳ୍ପ କାର୍ଯ୍ୟ କରୁଛି।
ଏହି ଅନୁଷ୍ଠାନଗୁଡ଼ିକ ହେଲା ପୁନେର ସିରମ୍ ଇନ୍ଷ୍ଟିଚ୍ୟୁଟ, ଜେନୋଭା, ଏନ୍ଜେନ୍ ବାୟୋ ସାଇନ୍ସଳ ସି’ଗଲ୍ ବାୟୋ ସଲ୍ୟୁସନ୍, ହାଇଦ୍ରାବାଦର ଭାରତ ବାୟୋଟେକ୍, ଅରବିନ୍ଆଦ ଫାର୍ଇମା, ଆଇସିଟି -ହାଇଦ୍ରାବାଦ୍, ଅହମ୍ମଦାବାଦର କ୍ୟାଡିଲା ହେଲଥ କେୟାର, ସିଏମ୍ସି ଭେଲୋର, ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜି ନୂଆଦିଲ୍ଲୀ, ଆଇଆଇଟି ଇନ୍ଦୋର, ଆଇଆଇଏସ୍ଇଆର୍ ମୋହାଲି ଏବଂ ତ୍ରିଭେନ୍ଦ୍ରମରେ ଏହି ଗବେଷଣା ଚାଲିଛି।
ଡିପାଟମେଣ୍ଟ ଅଫ୍ ବାେ୍ରାଟେକ୍ନୋଲୋଜି ସଚିବ ଡ, ରେଣୁ ସ୍ଵରୂପ କହିଛନ୍ତି ‘ଭାରତରେ ୩୦ରୁ ଅଧିକ ପ୍ରକଳ୍ପ ଏ ଦିଗରେ ପାର୍ଯ୍ୟ କରୁଛନ୍ତି। ଅତିକମ୍ରେ ୬ଟି ଭାରତୀୟ କମ୍ପାନୀ ଏ ଦିଗରେ ନିୟୋଜିତ ଅଛନ୍ତି। ସେମାନଙ୍କ ଭିତରୁ ୧୦ଟି ପ୍ରକଳ୍ପ ଲାଗି ଭାରତ ସରକାରଙ୍କ ଡିବିଟି ସହାୟତା ଦେଉଛି ବୋଲି ସେ କହିଛନ୍ତି।
ଆଭ୍ୟନ୍ତରୀଣ ନାଶା ଟିକାଠାରୁ ଆରମ୍ଭ କରି ସାର୍ସ କୋଭିଡ୍୨ ପ୍ରୋଟିନ୍ ଭିତ୍ତିକ ଟିକା ଏବଂ ଡିଏନ୍ଏ ରୁ ଆରଏନ୍ଏ ଟିକା ଯାଏ ଏହି ପ୍ରକଳ୍ପଗୁଡ଼ିକର ଭିନ୍ନ ଭିନ୍ନ ଓ ଅଭିନବ ଶୈଳୀ ରହିଛି।