ମେ ୨୧ରୁ ହେବ ଉତ୍କଳ ବିଶ୍ଵବିଦ୍ୟାଳୟ ପରୀକ୍ଷା

ଭୁବନେଶ୍ଵର, (ଓଟି): ଫୋନି ବିତ୍ପାତ ପରପର୍ତ୍ତୀ ସ୍ଥିତିକୁ ସାମ୍ନା କରିପାରୁ ନାହିଁ ଉତ୍କଳ ବିଶ୍ଵବିଦ୍ୟାଳୟ। ବିଜୁଳି ଓ ପାଣି ସମସ୍ୟା ଏଯାଏ ସମାଧାନ ହୋଇ ନପାରିବାରୁ ବିଶ୍ଵବିଦ୍ୟାଳୟ ପରୀକ୍ଷା ପରିଚାଳନାରେ ସମସ୍ୟା ଉପୁଜିଛି। ଏହାକୁ କେନ୍ଦ୍ରକରି ବାରମ୍ବାର କର୍ତ୍ତୃପକ୍ଷ ତାରିଖ ବଦଳାଇ ଚାଲିଛନ୍ତି।

ବିଶ୍ଵବିଦ୍ୟାଳୟ ଦ୍ଵାରା ହେବାକୁ ଥିବା ପିଜି ପରୀକ୍ଷା ୧୨ ରିଖରୁ ଘୁଞ୍ଚାଇ ୨୧ ତାରିଖକୁ ରଖାଯାଇଛି। ଏସହି ସମୟ ଭିତରେ ବିଶ୍ଵବିଦ୍ୟାଳୟ ସ୍ଥିତି ସ୍ଵଭାବିକ ହେବ ବୋଲି ଆଶା କରାଯାଉଛି।

ସେହିପରି ଏଲ୍‌ଏଲ୍‌ବିର ଷଷ୍ଠ ସେମିଷ୍ଟାର ପରୀକ୍ଷା ଜୁଲାଇ ୧ରୁ, +୩ ଛାତ୍ରଛାତ୍ରୀଙ୍କ ରେଗୁଲାର୍ ଓ ବ୍ୟାକ୍ ପେପର୍ ପରୀକ୍ଷା ଜୁନ୍ ୨୦ରୁ, ବିବିଏ, ବିସିଏ ଷଷ୍ଠ ସେମିଷ୍ଟାର ପରୀକ୍ଷା ମେ ୩୦ରୁ, ଏମ୍‌.ଫାର୍ମର ପ୍ରଥମ ସେମିଷ୍ଟାର ପରୀକ୍ଷା ମେ ୨୧ରୁ ଆରମ୍ଭ ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *