ବିଜେଡିରେ ଉତ୍କଳ ପରିଡ଼ା

ଭୁବନେଶ୍ଵର, (ଓଟି) କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ତଥା ଓଡ଼ିଶା ଗଣ ପରିଷଦରୁ ଆସି ବିଜେପିରେ ଯୋଗ ଦେଇଥିବା ଉତ୍କଳ ପରିଡ଼ାଙ୍କୁ ବିଜେଡିରେ ସୁଯୋଗ ମିଳିଛି। ଦଳୀୟ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ରବିବାର ଦିନ ବିଜେଡିକୁ ସ୍ଵାଗତ କରିଛନ୍ତି। ତାଙ୍କ ସହ ପାରାଦୀପର ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ଜେନା ମଧ୍ୟ ବିଜେଡିରେ ସାମିଲ୍‌ ହୋଇଥିବା ବିଜେଡି ପକ୍ଷରୁ କୁହାଯାଇଛି।

ନବୀନ ନିବାସର ମିଶ୍ରଣ ପର୍ବ ପରେ ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ଦୁଇ ବରିଷ୍ଠ ନେତାଙ୍କ ସହ ଦଳରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପ ସଭାପତି ଗୀତାଞ୍ଜଳୀ ସେଠୀ, କଂଗ୍ରେସ ପର୍ଯ୍ୟବେକ୍ଷକ ରଞ୍ଜନ କୁମାର ଦାସ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ଉପ ସଭାପତି ସନ୍ତୋଷ କୁମାର ଦାସ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେଲ ର ସମ୍ପାଦକ ବିଶ୍ଵନାଥ ପାଣି, ପାରାଦୀପ ଯୁବ କଂଗ୍ରେସ ନେତା ସନ୍ତୋଷ ବିଶ୍ଵା, ଏବଂ ପାରାଦୀପର କାଉନ୍ସେଲର ମନୋଜ କୁମାର ବେହେରା ବିଜେଡିରେ ସାମିଲ୍‌ ହୋଇଛନ୍ତି।

Leave a Reply

Your email address will not be published. Required fields are marked *