ଉତ୍କଳ ଦିବସ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର (ଓଟି): ନିରାଡ଼ମ୍ବର ଭାବେ ପାଳନ ହୋଇଯାଇଛି ଉତ୍କଳ ଦିବସ। ମହାମାରୀ କରୋନା ଆତଙ୍କରୁ ବିଶେଷ କାର୍ଯ୍ୟକ୍ରମ କରାଯାଇନାହିଁ। ତେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ ଜରିଆରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳ, ଶାନ୍ତିପ୍ରିୟ ଓ ସମୃଦ୍ଧ ହେଉ ବୋଲି ଶୁଭକାମନା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି।
ଅନୁରୂପ ଭାବେ ଉତ୍କଳ ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଏଥିସହ ମହାମାରୀ କରୋନାର ଦୃଢ଼ତାର ସହ ମୁକାବିଲା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିଭାଇଥିବା ମନିଷୀମାନଙ୍କର ସ୍ମୃତିଚାରଣ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି।