ଉତ୍କର୍ଷ ଉତ୍କଳ: #କୋଭିଡ୍-୧୯ ଆତଙ୍କରୁ କେବଳ ଜୟଗାନ

ଭୁବନେଶ୍ୱର (ଓଟି): ସବୁ ଆଗ୍ରହ ସମସ୍ତ ଉଦ୍ଦୀପନା ଆଉ ସାରା ଉତ୍ସାହକୁ ମଳିନ କରିଦେଇଛି ମହାମାରୀ କରୋନା। ସବୁ କାର୍ଯ୍ୟକ୍ରମ ବନ୍ଦ, ପୁଣି କିଛି ସ୍ଥଗିତ। ଆଉ କିଛି ବାଧ୍ୟହୋଇ ଔପଚାରିକ ଭାବେ ପାଳନ କରାଯାଉଛି। ସେହିଭଳି ଉତ୍କର୍ଷ ଉତ୍କଳର ସ୍ମୃତିଭରା ଐତିହାସିକ ଦିବସକୁ କେବଳ ବିଧି ତୁଲାଇବା ଭଳି ପାଳନ କରାଯିବ। ଏକାଠି ହେବେନି ଓଡ଼ିଆ ସ୍ଵଦେହରେ। କେବଳ ଜାଗ୍ରତ ହେବେ ଆଉ ଉତ୍କଳ ଜନନୀର ବନ୍ଦନା ଗାନ କରିବେ। ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ।

ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ହୋଇଥିଲା ଦୁର୍ବାର ଆନ୍ଦୋଳନ। ପ୍ରଥମେ ଓଡ଼ିଶା ରାଜ୍ୟ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଆଦି ୬ଟି ଜିଲ୍ଲାକୁ ନେଇ ଗଠନ ହୋଇଥିଲା। ତେବେ ସମ୍ପ୍ରତି ଏଭଳି ସ୍ଥିତି ଆସିଛି ଯେ ସମ୍ପୂର୍ଣ୍ଣ ସମାଗମ ସହ ସେହି ସ୍ମୃତିର ଦିବସ ଉତ୍କଳ ଦିବସ କାର୍ଯ୍ୟକ୍ରମ ପାଳନ କରିହେବନି। ସେଥିପାଇଁ କରୋନା ଆତଙ୍କ ଏକମାତ୍ର କାରଣ।

ବନ୍ଦେ ଉତ୍କଳ ଜନନୀ।

Leave a Reply

Your email address will not be published.