କୋଲେଷ୍ଟ୍ରଲ୍ କମ୍ କରିବାକୁ ଚାହୁଁଛନ୍ତି, ଏହି ମସଲାର ବ୍ୟବହାର କରିପାରନ୍ତି
ଶରୀରରେ କୋଲେଷ୍ଟ୍ରଲ୍ର ମାତ୍ରା ବଢିଗଲେ ଅନେକ ପ୍ରକାର ରୋଗ ମାଡ଼ି ବସେ । କୋଲେଷ୍ଟ୍ରଲ୍ ବଢିବା ପାଇଁ ଅନେକ କାରଣ ରହିଛି । ଆନୁବଂଶିକ, ଚର୍ବିଯୁକ୍ତ ଖାଦ୍ୟ, ଡିପ୍ରେସନ୍, ଅନିୟମିତ ଜୀବନଶୈଳୀ ଇତ୍ୟାଦି ଅନେକ କାରଣରୁ କୋଲେଷ୍ଟ୍ରଲ୍ ସ୍ତର ବଢିଥାଏ ।
ଏହି ସମସ୍ୟାରୁ ମୁକ୍ତ ହେବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅନେକ ବ୍ୟକ୍ତି ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ରୋଷେଇଘରେ ହିଁ ଏହି ସମସ୍ୟାର ସମାଧାନ ଅଛି । କ’ଣ ଜାଣନ୍ତି? ତାହା ହେଉଛି ହଳଦୀ ।
ସୌନ୍ଦର୍ଯ୍ୟବର୍ଦ୍ଧକ ତାଲିକାର ସର୍ବୋଚ୍ଚ ପ୍ରାକୃତିକ ପ୍ରସାଧନ ସାମଗ୍ରୀ ହଳଦୀ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ଖୁବ୍ ଲାଭକାରୀ । ହଳଦୀରେ କୁର୍କୁମିନ୍ ନାମକ ଏକ ତତ୍ତ୍ୱ ରହିଛି ଯାହାକି ଏଥେରୋକ୍ଲୋରୋସିସ୍ ହେବାରୁ ରକ୍ଷା କରିଥାଏ । ଏଥେରୋକ୍ଲୋରୋସିସ୍ ଯୋଗୁଁ ବ୍ୟକ୍ତିର ଧମନୀ ଶକ୍ତ ଓ ସଙ୍କୁଚିତ ହୋଇଯାଇଥାଏ । ତେଣୁ ଶରୀରରେ ଅଧିକ ପରିମାଣରେ କୋଲେଷ୍ଟ୍ରଲ୍ ଜମିଥାଏ । ହଳଦୀରେ ଆଣ୍ଟିଅକ୍ସିଡେଣ୍ଟ୍ ଓ ଆଣ୍ଟି ଇନ୍ଫ୍ଲୋମେଣ୍ଟାରୀ ଗୁଣ ଥିବାରୁ ଏହା କୋଲେଷ୍ଟ୍ରଲ୍କୁ ଜମାଟ ବାନ୍ଧିବାକୁ ଦେଇନଥାଏ । ଫଳରେ କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣ ହୋଇଥାଏ । ତେବେ ଯଦି ଆପଣ ନିରୋଗ ରହିବାକୁ ଚାହୁଁଛନ୍ତି, ତାହେଲେ ଆଜିଠାରୁ ଅଧିକ ପରିମାଣରେ ହଳଦୀର ବ୍ୟବହାର କରନ୍ତୁ ।