ବିମାନରୁ ଓହ୍ଲାଉଥିଲେ ସୁଲେମାନୀ, ଆମେରିକା ମାରିଲା ରକେଟ୍
ବାଗ୍ଦାଦ୍( ଏଜେନ୍ସୀ): ଇରାନ୍ର କୁର୍ଦ ସେନା କମାଣ୍ଡର ତଥା ପଶ୍ଚିମ ଏସୀୟ ଦେଶଗୁଡ଼ିକରେ ଆକ୍ରମଣର ମାଷ୍ଟରମାଇଣ୍ଡ କାସିମ୍ ସୁଲେମାନୀ ଆଜି ପାହାନ୍ତାରେ ଆମେରିକୀୟ ରକେଟ୍ମାଡ଼ର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ଏହାଙ୍କ ସହ ଥିବା ଆଉ ୭ଜଣଙ୍କ ମୃତ୍ୟୁ ହୋଇଛି। ରକେଟ୍ମାଡ଼ରେ ଏହି ୮ ଜଣଙ୍କ ଶରୀର ଛିନ୍ନଭିନ୍ନ ହୋଇଯାଇଥଇଲେ ବି ଆଙ୍ଗୁଠିରୁ ସୁଲେମାନ୍ଙ୍କ ମୃତ୍ୟୁ ହୋଇଥିବା ବାଗ୍ଦାଦ୍ ସୁତ୍ରରୁ ଜଣାପଡ଼ିଛି।
ଆମେରିକା ଏହାକୁ ଏକ ବିଜୟ ବୋଲି ଗ୍ରହଣ କରିଛି। ଏହାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଟ୍ବିଟର ହ୍ୟାଣ୍ଡଲ୍ରେ ଯୁକ୍ତରାଷ୍ଟ୍ର ଆମେରିକାର ପତାକାଟିଏ ଦେଇଛନ୍ତି। ଆଉ କୌଣସି ଶବ୍ଦ ସେଥିରେ ଉଲ୍ଲେଖ ନାହିଁ। ଏଥିରୁ ଜଣାପଡ଼ୁଛି ଯେ, ସେ ଆମେରିକାର ବିଜୟ କଥା କହୁଛନ୍ତି।
ବିମାନରୁ ଓହ୍ଲାଉଥିଲେ କାସୀମ
ମେଜର୍ ଜେନେରାଲ୍ କାସୀମ୍ଙ୍କ ବିମାନ ବାଗଦାଦ୍ରେ ପହଞ୍ଚିବା ପରେ ସେ ବିମାନରୁ ଓହ୍ଲାଉଥିଲେ। ବିମାନ ତଳେ ଇରାକ୍ରେ କାର୍ଯ୍ୟ କରୁଥିବା ପପୁଲାର ମୋବିଲାଇଜେସନ୍ ଫେର୍ସ ବା ପିଏମ୍ଏଫ୍ର କମାଣ୍ଡର ଅବୁ ମହଦୀ ୖଲ ମୁହାନ୍ଦିସ୍ ଅପେକ୍ଷା କରିଥିଲେ ତାଙ୍କୁ ସ୍ଵାଗତ କରିବା ଲାଗି। ପାଖରେ ଆଉ ଦୁଇଟଇ କାର୍ ଉପସ୍ଥିତ ଥିଲା। ଏଥିରେ କିଛଇ ଅଫିସର ବି ଥିଲେ। କିନ୍ତୁ ହଠାତ୍ ତିନୋଟି ରକେଟ୍ ଆସି ସେଠାରେ ମାଡ଼ ହେଲା। ଆଉ ସେଇଠି ବିସ୍ଫେରିତ ହୋଇଗଲେ ସମସ୍ତେ। ଘଟଣଶସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି ।
ଯୁଦ୍ଧ ପରିସ୍ଥିତି
ଆମେରିକାର ଏହି ଆକ୍ରମଣକୁ ନିନ୍ଦା କରିଛି ଇରାନ୍। ଇରାନ୍ ପକ୍ଷରୁ କୁହାଯାଇଛଇ ଯେ, ଏହା ଆତଙ୍କବାଦର ଅଂଶବିଶେଷ। ଆଶଙ୍କା କରାଯାଉଛି ଇରାନ୍ ଏହାର ପ୍ରତିଶେଶଧ ନେବାକୁ ଚେଷ୍ଟା କରିବ। ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରିବ। ଏଥିରେ ଉଭୟ ଆମେରିକା ଓ ଇସ୍ରାଏଲ୍ର କ୍ଷତି ହେବ। ପୂର୍ବବର୍ଷ ଇସ୍ରାଏଲ୍ ଉପରେ ଆକ୍ରମଣ ପ୍ରତିବାଦରେ ଆମେରିକା ସହ ଇରାନ୍ର ସମ୍ପର୍କ ତିକ୍ତ ହୋଇଥିଲା। ଏପରିକି ଆମେରିକା ଅର୍ଥନୀତିକ ପ୍ରତିବନ୍ଧକ ଲଗାଇଥିଲା। ପ୍ରତିବନ୍ଧକ ଉଠାଇବା ପାଇଁ ଅନେକ ଆଲୋଚନା ଏ ଭିତରେ ହୋଇଛି।