ଆମେରିକାର ସର୍ଜିକାଲ୍ ଷ୍ଟ୍ରାଇକ୍: ଇରାନ୍ର କୁଦ୍ ସେନା କମାଣ୍ଡର ନିହତ
ଇରାକ୍ର ରାଜଧାନୀ ବାଗ୍ଦଦ୍ରେ ନିହତ ହୋଇଛନ୍ତି ଇରାନ୍ କୁଦ୍ ସେନାର କମାଣ୍ଡର କାସୀମ ସୋଲେମାନୀ। ଆମେରିକାର ସର୍ଜିକାଲ୍ ଷ୍ଟ୍ରାଇକ୍ରେ ତାଙ୍କର ଜୀବନ ଯାଇଛି। ଏ ସମ୍ବନ୍ଧରେ ହ୍ବାଇଟ୍ ହାଉସ୍ ସ୍ପଷ୍ଟ କରିଛି।
ଇସ୍ରାଏଲ୍ ସୀମାରେ ବେଆଇନ୍ ଆକ୍ରମଣ ଓ ଆମେରିକା ବିପକ୍ଷରେ କାର୍ଯ୍ୟାନୁଷ୍ଠାନରେ ତାଙ୍କୁ ଦୋଷୀ ଦର୍ଶାଇ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ଏ ଆକ୍ରମଣ ସମ୍ପର୍କରେ ବାଗଦାଦ ସେନା ସ୍ପଷ୍ଟ କରିଛି।
କାସିମ୍ ସୋଲେମାନୀ ଇରାନ୍ ସେନାର ଜଣେ ଜେନେରାଲ୍ ଭାବେ କାର୍ଯ୍ୟ କରିଛନ୍ତି। ସେ ଏହି ସେନାର ସ୍ଵତନ୍ତ୍ର ଭାବେ ଗଠିତ ଇସ୍ଲାମ୍କ୍ ରିଭୋଲ୍ୟୁସନାରୀ ଗାର୍ଡ଼ କର୍ପସ ( ଆଇଜିଆରସି)ରେ କାର୍ଯ୍ୟ କରୁଥିଲେ। ୧୯୯୮ରେ ସେ ଦେଶ ବାହାରେ ଆକ୍ରମଣ କରିବା ଲାଗି ଗଠିତ କୁଦ୍ ସେନାର ନେତୃତ୍ଵ ନେଇଥିଲେ। ଏହାପରେ ଇସ୍ରାଏଲ ଉପରେ ବାରମ୍ବାର ଆକ୍ରମଣ ହୋଇଥିଲା ଯାହାକୁ ଆମେରିକା ବିରୋଧ କରୁଥିଲା।
କୌଣସି ଦେଶର ସାର୍ବଭୌମତ୍ଵ ନଷ୍ଟ କରି ଆକ୍ରମଣ କରିବା ଆନ୍ତର୍ଜାତିକ ଆଇନର ବିରୁଦ୍ଧାଚରଣ କରୁଛି। କିନ୍ତୁ ଇରାନ୍ ବୈଦେଶିକ ମନ୍ତ୍ରୀ ଆମେରିକାର ଏହି କାର୍ଯ୍ୟକ୍ରମକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଏହା ଆନ୍ତଜ;ାତୀୟ ଆତଙ୍କବାଦର ଏକ ଉଦାହରଣ।
ଆଜି ପାହାନ୍ତାରେ ଆମରିକାର ସେନା ଦ୍ଵାରା ବାଗ୍ଦାଦ ବିମାନବନ୍ଦରରେ ଏଡି କାର୍ଯ୍ୟାନୁଷ୍ଠାନ ହୋଇଥିଲା। ତାଘଙ୍କ ସଙ୍ଗେ ଥିବା ଇରାକ୍ର ଆତଙ୍କବାଦୀ ନେତା ଅବୁ ମାହାଦି ଅଲ୍ ମାହାନ୍ଦିସ୍ ଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଇରାକ୍ ପକ୍ଷରୁ କୁହାଯାଇଛି।