ଉର୍ବଶୀଙ୍କ ନାମରେ ଲଂଚ ହେଲା ଡ୍ରିଙ୍କ୍
ବି ଟାଉନର ଅନନ୍ୟା ସୁନ୍ଦରୀ ଉର୍ବଶୀ ରୌତେଲାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଗୋଆର ଏକ କ୍ଲବ୍ ପକ୍ଷରୁ ଉର୍ବଶୀଙ୍କ ନାଁରେ ଡ୍ରିଙ୍କସ୍ ଲଂଚ କରାଯାଇଛି । ଏହାର ନାଁ ରଖାଯାଇଛି ‘ଉର୍ବଶୀ ରୌତେଲା ଶଟ୍’ । ଏହି ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଉର୍ବଶୀ ଶୁଭକାମନା ଜଣାଇବା ସହ ଖୁସି ଜଣାପଡ଼ୁଛନ୍ତି । ଉର୍ବଶୀ କହିଛନ୍ତି ଯେ ‘ମୋର ନାଁକୁ ନେଇ ଯେଉଁ ଡ୍ରିଙ୍କସ୍ ପ୍ରସ୍ତୁତ କରାଯାଉଛି, ତାହା ଲୋକମାନଙ୍କୁ ପସନ୍ଦ ହେଉ ବୋଲି ମୁଁ ଚାହୁଁଛି । କ୍ଲବ୍ ପକ୍ଷରୁ କରାଯାଇଥିବା ଏହି ପ୍ରଚେଷ୍ଠା ସଫଳ ହେଉ ବୋଲି ମୋର ଶୁଭକାମନା’ । ଡ୍ରିଙ୍କସ୍ ସମ୍ପର୍କରେ କ୍ଲବ୍ ପକ୍ଷରୁ କୁହାଯାଇଛି ଯେ – ଉର୍ବଶିଙ୍କ ସ୍ୱଭାବ ଖୁବ୍ ଫନଲଭିଙ୍ଗ୍ । ଗୋଆର ପରିବେଶ ସହିତ ଏହା ପରଫେକ୍ଟ ।
କହିରଖୁଛୁ ଉର୍ବଶୀଙ୍କ ପୂର୍ବରୁ ଅନେକ ବଲିଉଡ୍ ତାରକାଙ୍କ ନାଁରେ ଡ୍ରିଙ୍କସ୍ ଲଂଚ କରାଯାଇଛି । ଅକ୍ଷୟଙ୍କ ଅଭିନୀତ ‘ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋ ବାରା’ର ମୁଖ୍ୟ ଚରିତ୍ର ‘ଶୋଏବ୍’ଙ୍କ ନାଁରେ ମଧ୍ୟ ଗୋଟିଏ କକଟେଲର ନାଁ ରଖାଯାଇଛି – ‘ଶୋଏବଟିନି’ । ଅଭିନେତ୍ରୀ ରିଚା ଚଡ୍ଡାଙ୍କ ‘ଭୋଲି ପଞ୍ଜାବନ୍’ ନାଁରେ ମୁମ୍ବାଇର ଲାଉଜଂ କକଟେଲ୍ ଲଂଚ କରାଯାଇଥିଲା । ଆଜିକାଲି ଉର୍ବଶୀ ତାଙ୍କର ଅନେକଗୁଡ଼ିଏ ଅପକମିଙ୍ଗ୍ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ।