ପୁଣି କପି କଲେ ଉର୍ବଶୀ
ଲାଇମ୍ ଲାଇଟ୍ରେ ରହିବା ପାଇଁ ଅଭିନେତ୍ରୀ ଉର୍ବଶୀ ରୌତେଲା କିଛି ନା କିଛି କରିଥାନ୍ତି । ଏବେ ଉର୍ବଶୀ ଏକ ଡ୍ରେସ୍ ଷ୍ଟାଇଲ୍କୁ କପି କରି ଚର୍ଚ୍ଚାରେ ଅଛନ୍ତି । ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଉର୍ବଶୀ ସାଇନିଙ୍ଗ୍ ପିଙ୍କ୍ ରଙ୍ଗର ଏକ ଡ୍ରେସ୍ ପିନ୍ଧିଛନ୍ତି । ଏହି ଡ୍ରେସ୍ ଆମେରିକୀୟ ମଡେଲ୍ କାୟଲି ଜେନର୍ଙ୍କଠାରୁ ଉର୍ବଶୀ କପି କରିଛନ୍ତି ବୋଲି ସମାଲୋଚନା ଶୁଣିବାକୁ ମିଳୁଛି । ସୋସିଆଲ୍ ମିଡିଆରେ କାୟଲି ଓ ଉର୍ବଶୀଙ୍କ ଏକ ଫଟୋ ରଖି ତୁଳନା କରାଯାଉଛି । କପି କରି ଡ୍ରେସ୍ ପିନ୍ଧିଥିବାରୁ ଉର୍ବଶୀ ଏବେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି । କିନ୍ତୁ ଯଦି ଦୁଇଟି ଫଟୋକୁ ନିରେଖି ଦେଖାଯାଏ ତାହେଲେ କାୟଲି ଓ ଉର୍ବଶୀଙ୍କ ଡ୍ରେସ୍ରେ ବହୁତ ପାର୍ଥକ୍ୟ ଜଣାପଡ଼ୁଛି ବୋଲି ଉର୍ବଶୀଙ୍କ ପ୍ରଶଂସକ ଯୁକ୍ତି ବାଢିଛନ୍ତି । ପୂର୍ବରୁ ମଧ୍ୟ ଉର୍ବଶୀ ଏଭଳି ଆଉ ଏକ ଡ୍ରେସ୍ କପି କରିଥିଲେ ବୋଲି ଖୁବ୍ ଚର୍ଚ୍ଚା ଉଠିଥିଲା ।