କଂଗ୍ରେସରେ ଉର୍ମିଲା : ମୁମ୍ବାଇରୁ ହେବେ ପ୍ରାର୍ଥୀ

ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବାସଭବନରେ ବୈଠକ କରିବା ପରେ ବିଧିବଦ୍ଧ ଭାବେ ହାତ ଦଳରେ ସାମିଲ ହୋଇଛନ୍ତି। ଏ ସଂକ୍ରାନ୍ତରେ କଂଗ୍ରେସ ପକ୍ଷରୁ ଉର୍ମିଲା ଓ ରାହୁଲଙ୍କ ଏକ ଫଟୋକୁ ଟ୍ୱିଟରରେ ପୋଷ୍ଟ କରାଯାଇଛି। ଉର୍ମିଲା ଆଜି କଂଗ୍ରେସରେ ସାମିଲ ହୋଇଥିବା ବେଳେ ତାଙ୍କୁ ଦଳ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ କରିବାକୁ ମାନସମନ୍ଥନ କରୁଥିବା ଜଣାପଡ଼ିଛି।

୪୫ ବର୍ଷୀୟ ଉର୍ମିଲା କହିଛନ୍ତି, କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଆଜି ସକ୍ରିୟ ରାଜନୀତିରେ ପ୍ରବେଶ କରିଛି। ମୁଁ ନିର୍ବାଚନକୁ ଦୃଷ୍ଟିରେ ରଖି କୌଣସି ପ୍ରକାରରେ କଂଗ୍ରେସରେ ସାମିଲ ହୋଇନାହିଁ। ମୁଁ ଏଠାରେ ରହିବାକୁ ଆସିଛି। ମୋ ପରିବାରର ସଦସ୍ୟମାନେ ମହାତ୍ମା ଗାନ୍ଧି, ଜବାହରଲାଲ ନେହରୁ ଓ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ। ଏବେ ସାମଜସେବା କରିବାକୁ ମୁଁ ଏଠାକୁ ଆସିଛି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ସମ୍ୱଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ସୁବାସ!

ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

Leave a Reply

Your email address will not be published.