‘ବାହୁବଳୀ’କୁ ଟପିଲା ଉରି
ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଉରି ବଲିଉଡ୍ ବକ୍ସ ଅଫିସରେ ୨୦୦ କୋଟି କ୍ଲବ୍ରେ ସାମିଲ୍ ହୋଇଛି। ରିଲିଜ୍ ହେବାର ୨୯ ଦିନରେ ‘ଉରି’ର ବ୍ୟବସାୟ ୨୨୫ କୋଟି ଟଙ୍କା ଟପିଛି । ଏହିକ୍ରମରେ ‘ଉରି’ ବ୍ଲକବଷ୍ଟର ଫିଲ୍ମ ବାହୁବଳୀକୁ ମଧ୍ୟ ଟପି ଯାଇଛି ।
ମାତ୍ର ୫୦ କୋଟି ଟଙ୍କାରେ ନିର୍ମିତ ଚଳଚ୍ଚିତ୍ର ୨୦୦ କୋଟି ଟଙ୍କା ବ୍ୟବସାୟ କରିବାରେ ‘ଉରି’ ବଲିଉଡ୍ ଇତିହାସରେ ପ୍ରଥମ ସିନେମା ଭାବରେ ରେକର୍ଡ ସୃଷ୍ଟି କରିଛି । ‘ଉରି’ ପ୍ରଥମ ସପ୍ତାହରେ ୭୧.୨୩ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ୬୨.୭୬ କୋଟି, ତୃତୀୟ ସପ୍ତାହରେ ୩୭.୦୬ କୋଟି ଟଙ୍କା ରୋଜଗାର କରିଥିଲା । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ରରେ ଭିକି କୌଶଲ ଓ ୟାମି ଗୌତମ ମୁଖ୍ୟ ଭୂମିକାରେ ଆସିଛନ୍ତି ।