ମାର୍ଚ୍ଚ ୨୮ରୁ ପାଳନ ହେବ ସହରୀ ସମୃଦ୍ଧି ଉତ୍ସବ

ଭୁବନେଶ୍ୱର, (ଓଟି): ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପୌରାଞ୍ଚଳରେ ସମୃଦ୍ଧି ଉତ୍ସବ ପାଳନ କରାଯିବ । ସହରାଞ୍ଚଳରେ ଥିବା ଗରିବ ଲୋକ ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟାଙ୍କ ଆର୍ଥିକ ବିକାଶ ଲାଗି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିଲାଗି ଆଜି ରାଜ୍ୟ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ସୁଡା) ଦପ୍ତରରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୃଦ୍ଧି ଉତ୍ସବ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହିତ ଯୋଜନା ଆରମ୍ଭ ହେବାକୁ ୪ଟି ପୌରସଂସ୍ଥା କଟକ, ସମ୍ବଲପୁର, ରାଉରକେଲା ଓ ପୁରୀର ଗୋଷ୍ଠି ସଂଗଠକ ଓ ସହରାଞ୍ଚଳ ମିଶନ ପରିଚାଳନା ୟୁନିଟ୍‍ (ସିଏମ୍‍ଏମ୍‍ୟୁ) ର ପରିଚାଳକମାନଙ୍କୁ ସଚେତନ କରାଯାଇଥିଲା ।

ବୈଠକରେ ପୌର ପ୍ରଶାସକ ସଂଗ୍ରାମଜିତ୍‍ ନାୟକ ଓ ସୁଡାର ଅତିରିକ୍ତ ନିର୍ଦ୍ଦେଶକ ଶାରଦା ପଣ୍ଡା ଉପସ୍ଥିତ ରହି ସହରାଞ୍ଚଳରେ ଲୋକଙ୍କ ଆର୍ଥିକ ବିକାଶ ସହିତ ଯେଭଳି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଯୋଜନା ଗୁଡିକ ସଫଳତାର ସହିତ କାର୍ଯ୍ୟକାରୀ ହେବ ସେ ସଂକ୍ରାନ୍ତରେ ଗୋଷ୍ଠି ସଂଗଠକ ଓ ପରିଚାଳକମାନଙ୍କୁ ପରାମର୍ଶ ଦେଇଥିଲେ

Leave a Reply

Your email address will not be published. Required fields are marked *