ୟୁପିଆଇରେ କାରବାର ୧୦୦ କୋଟି ଟପିଲା
ନୂଆଦିଲ୍ଲୀ: ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୧୯ ଅକ୍ଟୋବର ମାସରେ ୟୁନିଫାଏଡ ପେମେଂଟ ଇଟଂରଫେସ (ୟୁପିଆଇ) କାରବାର ପରିମାଣ ୧୦୦ କୋଟିର ମାଇଲଖୁଂଟ ଅତିକ୍ରମ କରିଛି ।
୨୦୧୯ ଅକ୍ଟୋବରରେ ୧୧୫ କୋଟି ୟୁପିଆଇ କାରବାର ହୋଇଛି । ୨୦୧୯ ସେପ୍ଟେମ୍ବରରେ ୟୁପିଆଇ କାରବାର ପରିମାଣ ୯୬ କୋଟି ଥିଲା । ସେହିପରି ୨୦୧୯ ଅକ୍ଟୋବର ମାସରେ ୟୁପିଆଇ ଜରିଆରେ ମୋଟ ୧ ଲକ୍ଷ ୯୧ ହଜାର କୋଟି ଟଙ୍କାର କାରବାର ହୋଇଛି ଯାହା ୨୦୧୯ ସେପ୍ଟେମ୍ବରର ୧.୬୧ ଲକ୍ଷ କୋଟି ଟଙ୍କା କାରବାର ଠାରୁ ଅଧିକ ।
“ସାରା ଦେଶରେ ଡିଜିଟାଲ କାରବାରର ଗ୍ରହଣୀୟତାକୁ ବଢ଼ୁଥିବା ଜାଣିବା ବେଶ ଉତ୍ସାହଜନକ । ୟୁପିଆଇର ସମ୍ପୂର୍ଣ୍ଣ ପେମେଂଟ ପରିବେଶ ବିଶେଷ କରି ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ପେମେଂଟ ଆପ ଏବଂ ଡିଜିଟାଲ ପେମେଂଟ ଉପରେ ସରକାର ଓ ଆରବିଆଇର ନିରନ୍ତର ନୀତି ଭିତିକ ସମର୍ଥନର ସଫଳ ସ୍ୱରୂପ ଏହି ଉଲ୍ଳେଖନୀୟ ସଫଳତା ମିଳିଛି ବୋଲି ଦିଲ୍ଲୀପ ଆସବେ, ଏମଡି ଓ ସିଇଓ, ଏନପିସିଆଇ କହିଛନ୍ତି ।
“ଆମର ଉଦ୍ଦେଶ୍ୟ ସବୁ ବେଳେ ଡିଜିଟାଲ ପେମେଂଟ ଭିତିଭୂମିର ଗ୍ରହଣୀୟତାକୁ ବଢ଼ାଇବା, ତେଣୁ ସରକାର ଓ ଆରବିଆଇର କମ ନଗଦ ଭିତିକ ଲକ୍ଷ୍ୟକୁ ହାସଲ କରିବା ଏବଂ ୟୁପିଆଇର ଗ୍ରହଣୀୟତାକୁ ବଢ଼ାଇବା ଲାଗି ଡିଜିଟାଲ କାରବାର ପ୍ରତି ଆଗେଇ ଆସିବାକୁ ଆମେ ଗ୍ରାହକଙ୍କୁ ଉତ୍ସାହିତ କରୁଛୁ ।
ୟୁପିଆଇର ଗ୍ରହଣୀୟତାକୁ ବଢ଼ାଇବା ଲାଗି ସେଥିରେ ପି୨ପିଏମ କାରବାର ପ୍ରକାର ଏବଂ ଆଇପିଓ ଆଦିକୁ ବ୍ୟବହାର କରାଯାଇଛି । ୟୁପିଆଇ ୨.୦ ରେ ଓଭରଡ୍ରାଫ୍ଟ ଲିଙ୍କ କରିବା, ୱାନ ଟାଇମ ମ୍ୟାନଡେଟ, ଇନଭଏସ ଇନ ଦି ଇନବକ୍ସ, ସାଇଟ ଇନଟେଂଟ ଓ କ୍ୟୁଆର ଭଳି ସୁବିଧା ପ୍ରଦାନ କରାଯାଇଛି । ବର୍ତମାନ ୟୁପିଆଇରେ ୧୪୨ଟି ବ୍ୟାଙ୍କ ଅଛନ୍ତି । ତିନି ବର୍ଷ ପୂର୍ବେ ଆରମ୍ଭ ହେବା ବେଳକୁ ଏଥିରେ ୨୧ଟି ବ୍ୟାଙ୍କ ଥିଲେ । ୨୦୧୭-୧୮ରେ ୯୧୫.୨ ନିୟୁତ ୟୁପିଆଇ କାରବାର ହୋଇଥିବା ବେଳେ ୨୦୧୮-୧୯ରେ ତାହା ୫୫୩ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ।