କରୋନା ମହାବିପତ୍ତିକୁ ଆଉଏକ ଅଜଣା ଭାଇରସ୍ ଆତଙ୍କ

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌):  ମହାମାରୀ କରୋନା ସହ ବିଶ୍ଵ ଲଢ଼େଇ କରୁଛି। ସେହିପରି ଦେଶରେ ଏଥିପାଇଁ ସଂଘର୍ଷ ଜାରି ରହିଛି। ଏଭଳି ସ୍ଥିତିରେ ଆଉ ଏକ ଅଜଣା ଭାଇରସ ପ୍ରାୟ ୨୦୦୦ରୁ ଅଧିକ ଘୁଷୁରିଙ୍କ ଜୀବନ ନେଇସାରିଲାଣି। ଆସାମର ୬ଟି ଜିଲ୍ଲାରେ ଏହି ଭାଇରସ୍‌ ଗୋଟିଏ ସପ୍ତାହ ମଧ୍ୟରେ ଶହଶହ ଘୁଷୁରିଙ୍କ ଜୀବନ ନାଶ କଲାଣି। ଫଳରେ ଆସାମ ସରକାରଙ୍କ ଚିନ୍ତା ବଢ଼ି ଯାଇଛି ଏବଂ ଘୁଷୁରି ମାଂସ ବିକ୍ରି ଓ ଖାଇବା ନେଇ ବ୍ୟାନ୍‌ କରାଯାଇଛି।

ଆସାମ କୃଷିମନ୍ତ୍ରୀ ଅତୁଲ ବୋରାଙ୍କ ସୂଚନା ଅନୁସାରେ ଘୁଷୁରି ବ୍ୟବସାୟକାରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ନାହିଁ ବୋଲି କଟକଣା କରାଯାଇଛି। ସେହିପରି ଘୁଷୁରି ମାଂସ ବିକ୍ରି ଓ ଖାଇବା ଉପରେ ବ୍ୟାନ୍ ଲାଗିଛି। ପ୍ରଭାବିତ ଅଞ୍ଚଳରେ ମୃତ ଘୁଷୁରିଙ୍କ ନମୂନା ସଂଗ୍ରହ କରାଯାଉଛି। ଉତ୍ତର ପୂର୍ବ ରିଜିଓନାଲ ଡିଜିଜ୍ ଡାଏଗ୍ନୋଷ୍ଟିକ୍ ଲାବୋରାଟୋରୀ ଓ ବାୟୋସେଫ୍ଟି ଲେବୁଲ-୩ ଲାବୋରେଟୋରୀ ଘୁଷୁରିଙ୍କ ନମୁନା ସଂଗ୍ରହ କରିଛି। ତେବେ  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ଏବଂ କୌଣସି ଅଜଣା ଭାଇରସ ପାଇଁ ଏପରି ହେଉଥିବା ଆଶଙ୍କା କରାଯାଉଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏହା ପୂର୍ବରୁ ସରକାର ସମସ୍ତ କଂସେଇ ଖାନା ବନ୍ଦ କରିଦେଇଛନ୍ତି ବୋଲି କୃଷି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *