ୟୁନିଟ୍-୪ ମାଛ ମାର୍କେଟ୍‌ ପଟେଲ୍‌ ମାର୍ଗରେ

ଭୁବନେଶ୍ଵର, (ଓଟି): କରୋନା ମହାମାରୀକୁ ରୋକ୍‌ ଦେବା ଲାଗି ଓଡ଼ିଶା ସରକାର ଅନେକ ପଦକ୍ଷେପ ନଇେଛନ୍ତି। ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ଵକୁ ଏଠାରେ ଗୁରୁତ୍ଵ ଦିଆଯାଉଛି। ଏଥିଲାଗି ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରିତ ରହିଛି ବୋଲି ଜଣାପଡ଼ିଛି।

ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନ୍‌ ପକ୍ଷରୁ ଲୋକଙ୍କ ଗହଳି ରୋକିବା ତଥା ସାମାଜିକ ଦୂରତ୍ଵ ବଜାୟ ରଖିବା ଲାଗି ୟୁନିଟ୍‌-୪ ମାଛ ମାର୍କେଟ୍‌କୁ ସ୍ଥାନାନ୍ତର କରାଯାଇଛି। ବୁଧବାର ମାଛ କିଣିବାକୁ ଲୋକଙ୍କ ଗହଳିକୁ ଲକ୍ଷ୍ୟ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ମାଛ ମାର୍କେଟ୍‌ ପଟେଲ୍‌ ମାର୍ଗରେ ବସିଥିଲା।

ରାଜ୍ୟରେ ଏମିତି ୪୦ଟି ମାର୍କେଟ୍‌ ଉଭୟ ପରିବା ଓ ମାଛ ମାର୍କେଟକୁ ରାସ୍ତା କଡ଼ କିମ୍ବା ନିକଟସ୍ଥ ରାସ୍ତା କଡ଼କୁ ଅଣାଯାଇଛି। ଏଠାରେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଉଛି। ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି ଦ୍ଵାରା ଏଠାରେ ସାମାଜିକ ଦୂରତ୍ଵ ନିଶ୍ଚିତ କରାଯାଇଛି।

Leave a Reply

Your email address will not be published.