ଚାଷୀଙ୍କ ଆକାଉଣ୍ଟକୁ କେନ୍ଦ୍ର ଦେବ ୬ହଜାର ଟଙ୍କା
ନିର୍ବାଚନମୁଖୀ ସରକାର ନିଜର ଆନ୍ତରୀଣ ବଜେଟ୍୨୦୧୯-୨୦ରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ୨ ହେକ୍ଟରରୁ କମ୍ ଜମି ଥିବା କ୍ଷୁଦ୍ର ଓ ନାମକୁମାତ୍ର ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୬୦୦୦ ଟଙ୍କା ପଠାଇବେ। ତିନୋଟି ଇନ୍ଷ୍ଟଲ୍ମେଣ୍ଟରେ ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯିବ।
ପ୍ରଥମଥର ଲାଗି ଭାରତ ସରକାର କୃଷକଙ୍କ ଲାଗି ଏକ ସ୍ଵତନ୍ତ୍ର ପାଣ୍ଠି ଏଥିଲାଗି ଚିହ୍ନଟ କରିଥିବା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ନିଜର ପ୍ରଥମ ବଜେଟ୍ରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାରତ ସରକାରଙ୍କ ପକ୍ଷରୁ ପ୍ରଥମଥର ଲାଗି ‘ପ୍ରଧାନମନ୍ତ୍ରୀ କିଶାନ୍ ସମ୍ମାନ ନିଧି’ ଘୋଷଣା କରାଯାଇଛି। ଏଥିପାଇଁ ସରକାର ୭୫ ହଜାର କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ରଖିଛନ୍ତି। ସଂସଦ ରେ ବଜେଟ୍ ପାରିତ ହେଲେ ତାହା ଲାଗୁ କରାଯିବ।
ଏହି ଯୋଜନା ଦ୍ଵାରା ଦେଶର ୧୨ କୋଟି କୃଷକ ଉପକୃତ ହେବେ। ସେମାନେ ସିଧାସଳଖ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୬ ହଜାର ଟଙ୍କା ପାଇବେ। ଏହାଦ୍ଵାରା ସେମାନଙ୍କୁ ଏକ ମର୍ଯ୍ୟାଦାସମ୍ପନ୍ନ ଜୀବନ ଜୀଇଁବା ସହାୟକ ହୋଇପାରିବ ବୋଲି ଆଶା କରିଛନ୍ତି ଅର୍ଥମନ୍ତ୍ରୀ।
କୃଷି ଋଣ ଛାଡ଼ ପ୍ରସଙ୍ଗରେ ସମାଲୋଚନାର ଶିକାର ହେଉଥିବା ମୋଦି ସରକାରଙ୍କ ଏହି ନିଷ୍ପତ୍ତି ବିରୋଧୀଙ୍କ ମୁହଁରେ ତାଲା ପକାଇବ ବୋଲି ଆଶା କରାଯାଉଛି। ତେବେେ କଂଗ୍ରେସ ନେତା ଶଶୀ ଥରୁର ଏହାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି , ମାସିକ ୫୦୦ ଟଙ୍କାରେ କେହି କେବେ ମର୍ଯ୍ୟାଦାସମ୍ପନ୍ନ ଜୀବନ ଜୀଇଥଁପାରେନା। କଂଗ୍ରେସ ତାହାର ନିର୍ବାଚନୀ ଇସ୍ତାହାରରେ ନିଜର ଆଭିମୁଖ୍ୟ ରଖିବ।
ନିକଟରେ ଓଡ଼ିଶା ସରକାର କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ୫ଟି କିସ୍ତିରେ ୨୫ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ଉଦ୍ଦିଷ୍ଟ କାଳିଆ ଯୋଜନାରେ ପ୍ରଥମ ଦଫା ଅର୍ଥ ପ୍ରଦାନ କରାଯାଇଛି।
ନିକଟରେ ଓଡ଼ିଶା ସରକାର କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ୫ଟି କିସ୍ତିରେ ୨୫ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ଉଦ୍ଦିଷ୍ଟ କାଳିଆ ଯୋଜନାରେ ପ୍ରଥମ ଦଫା ଅର୍ଥ ପ୍ରଦାନ କରାଯାଇଛି।