ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ୟୁନିସେଫ ଅଧିକାରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ସମାଲୋଚନା କରି ୟୁନିସେଫର ଜଣେ ଅଧିକାରୀ ଏବେ ହରଡଘଣାରୋ ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀଙ୍କୁ ହଟାଇବାରେ ମୁଖ୍ୟମନ୍ତ୍ରୀ ବିଳମ୍ୱ କଲେ ଓ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଏଭଳି ହୋଇପାରେ ବୋଲି ସେ ମନ୍ତବ୍ୟ ଦେଇଛନ୍ତିା

ରାଜ୍ୟରେ ଶିଶୁ ସୁରକ୍ଷା ପାଇଁ କାମ କରୁଥିବା ୟୁନିସେଫର ଏହି ବରିଷ୍ଠ ଅଧିକାରୀଙ୍କ ଏଭଳି ମନ୍ତବ୍ୟକୁ ସରକାରୀ ଓ ଦଳୀୟ ସ୍ତରରେ ଗୁରୁତ୍ୱର ସହ ନିଆଯାଇଛିା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ସରକାର ଓ ବିଜେଡି ସୋସିଆଲ ମିଡିଆ ନଜରକୁ ଏହା ଆସିବା ପରେ ସମ୍ପୃକ୍ତ ଅଧିକାରୀଙ୍କ ସଂକ୍ରାନ୍ତରେ ଖୋଳତାଡ ଆରମ୍ଭ ହୋଇଛିା ଉକ୍ତ ଅଧିକାରୀ କେଉଁ ଆଧାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଓ ଏହା ଉପରେ ତାଙ୍କର କି ଉଦ୍ଦେଶ୍ୟ ରହିଛି ତାହାର ଟିକିନିଖି ସୂଚନା ସଂଗ୍ରହ କରାଯାଉଛିା

ଏହି ସୂଚନା ଅନୁଯାୟୀ ରାଜ୍ୟ ମନ୍ତ୍ରିମଣ୍ଡଳରୁ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେବାପରେ ସମାଜବାଦୀ ପାର୍ଟିର ରାଜ୍ୟ ମୁଖ୍ୟ ରବି ବେହେରା ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରି ତାଙ୍କ ଫେସ‍୍‌ବୁକ୍ ଆକାଉଣ୍ଟରେ ଲେଖିଥିଲୋ ଏହି ପୋଷ୍ଟ ଉପରେ ସମ୍ପୃକ୍ତ ୟୁନିସେଫ୍ ଅଧିକାରୀ ଜଣଙ୍କ ତାଙ୍କ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ବିଳମ୍ୱରେ ପଦକ୍ଷେପ ଗ୍ରହଣ କରିଥିବା ଓ ମୋଦିଙ୍କ ବକ୍ତବ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରେ ବୋଲି ଲେଖିଛନ୍ତିା

ଗୋଟିଏ ଅର୍ନ୍ତଜାତୀୟ ସଂଗଠର ଜଣେ ଅଧିକାରୀଙ୍କ ଏଭଳି ମତାମତ ଏବେ ଝଡ ସୃଷ୍ଟିକରିଛି। ରାଜ୍ୟ ସରକାରଙ୍କ ନିକଟରେ କାର୍ଯ୍ୟକାରୀ ଖୋଦ‍୍‌ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାକୁ ଅନେକ ନାପସନ୍ଦ କରିଛନ୍ତିା

Leave a Reply

Your email address will not be published.